Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୃହରେ ମହାନଦୀ ତାତି; ୪ଟା ଯାଏ ମୁଲତବୀ

ଭୁବନେଶ୍ବର: ଆରମ୍ଭରୁ ଗୃହରେ ହଙ୍ଗାମା। ୪ଟା ଯାଏ ଗୃହ ମୁଲତବୀ। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ମୁଲତବୀ କଲେ ବାଚସ୍ପତି। ମହାନଦୀ ପ୍ରସଙ୍ଗକୁ କେନ୍ଦ୍ର କରି ଗୃହରେ ହୋହଲ୍ଲା କଲେ ବିରୋଧୀ। ପ୍ରଶ୍ନକାଳକୁ ବାତିଲ କରି ମହାନଦୀ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କଲେ ୨ ବିରୋଧୀ ଦଳ।

ଏହାକୁ ବିଜେଡି ପ୍ରତିବାଦ କରିବା ସହ ବିଜେପି ଓ କଂଗ୍ରେସ ମିଶି ଗୃହକୁ ଚଳାଇ ଦେଉନାହାନ୍ତି ବୋଲି କହିଛି ବିଜେଡି। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ବି ଶୁଣିନଥିଲେ ବିରୋଧୀ। ଫଳରେ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।