Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀଙ୍କ ଅଭିଯୋଗ – ପ୍ରଗତି ନାମରେ ବିନାଶର କାରଣ ସାଜିଛି ପ୍ରଶାସନ !

ସମ୍ବଲପୁର:ଦୀର୍ଘ ଦିନ ହେଲା ଜେଲଛକରୁ ଧନୁପାଲି ଛକକୁ ଦୁଇଥାକିଆ ରାସ୍ତା ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ ତଥା ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି l ଏହି ରାସ୍ତା ପାଇଁ ୨ ବର୍ଷ ହେଲା ହରଡ଼ ଜୋର ଉପରେ ଦ୍ଵିତୀୟ ବ୍ରିଜ ମଧ୍ୟ ନିର୍ମାଣ ହୋଇସାରିଛି, ହେଲେ ଆଜିଯାଏ ରାସ୍ତା ନିର୍ମାଣ କାର୍ଯ୍ୟତ ଦୂରର କଥା ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ।ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ର ବିଷୟ ବୋଲି ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି l ଗୁରୁତ୍ୱ ର ବିଷୟ ଏହିଯେ ଏହି ରାସ୍ତାରେ ଅନେକ କିଛି ସ୍ଥାନରେ ଡ୍ରେନ ନିର୍ମାଣ କାର୍ଯ୍ୟ ସରିଯାଇଛି ହେଲେ ଆଜିଯାଏ ସମ୍ପୂର୍ଣ୍ଣ ନହେବା କାରଣରୁ ନର୍ଦମା ପାଣି ନିଷ୍କାସନ ହୋଇପାରୁନାହିଁ l ଯଦ୍ୱାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ଜଣ୍ଡିସ, ଡେଙ୍ଗୁ, ମ୍ୟାଲେରିଆ ପରି ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି l ଜମିଅଧିଗ୍ରହଣ ପାଇଁ ବିଭିନ୍ନ ଅଞ୍ଚଳରେ ବାରମ୍ବାର ଅଲଗା ଅଲଗା ସ୍ଥାନରେ ପ୍ରଶାସନ ଘାଣ୍ଟିହେଉଛି,ଯାହାକି ଲୋକଙ୍କୁ ଭ୍ରମରେ ପକାଇବା ସହ ମାନସିକ ଯନ୍ତ୍ରଣାର କାରଣ ସାଜିଛିl ସେମିତିରେ ଦକ୍ଷତା ପୂର୍ଣ୍ଣ ଅଦଫିକାରୀଙ୍କ ସମ୍ବଲପୁର ଜିଲ୍ଲାରେ ଘୋର ଅଭାବ।ତେବେ ଏହି କାର୍ଯ୍ୟ ପାଇଁ ପୂର୍ବରୁ ଯୋଜନା ହୋଇଥିବା ସତ୍ୱେ ବାରମ୍ବାର ପରିବର୍ତ୍ତନ କରାଯାଉଛି କାହିଁକି ଓ ଏହାର ଫାଇଦା ନେଉଛି କିଏ ତାହା ମୁଖ୍ୟମନ୍ତ୍ରୀ ଜାଣିଛନ୍ତିକି ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l ଏହି ନିର୍ମାଣଧୀନ ରାସ୍ତାରେ ବାରମ୍ବାର ପାଣି ପାଇପ ଫାଟୁଛି, ହେଲେ ତୁରନ୍ତ ମରାମତି ନହେବା କାରଣରୁ ଲୋକେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି l
ଚାରଭାଟି ଛକରୁ ଜେଲଛକରେ ମଧ୍ୟ ଠିକ ସେଇ ସମାନ ସମସ୍ୟା ଦେଖାଦେଇଛି l କେତେକ ବ୍ୟବସାୟିକ ପ୍ରତିଷ୍ଠାନକୁ ଆକ୍ରୋସ ଦେଖାଇଥିବା ବେଳେ ଆଉ କେତେକ ବ୍ୟବସାୟିକ ଅନୁଷ୍ଠାନକୁ ଅନୁକମ୍ପା ଦେଖାଇବା ଭଳି ଚାଲିଛି ବିଦ୍ୱେଶର ବିକାଶ। ଜମି ଚିହ୍ନଟ ପକ୍ରିୟାରେ ଘୋର ଦୁର୍ନୀତି ଓ ରାଜସ୍ୱ ବିଭାଗର ଦକ୍ଷତା ଅଭାବରେ ଲାଞ୍ଚଖୋର ମନୋବୃତ୍ତି ପାଇଁ ସମ୍ବଲପୁର ବିକାଶକୁ ରାଜ୍ୟସରକାର ଅଣଦେଖା କରୁଥିବା ନିଶ୍ଚିତ ବୋଲି ସ୍ପଷ୍ଟ ବାରିହେଉଛି l ଏହି ସବୁ କାର୍ଯ୍ୟ କୁ ଅନୁଧ୍ୟାନ କଲେ ଅନୁଭବ ହେଉଛି ଯେ ଜନସ୍ୱାସ୍ଥ୍ୟ ବିଭାଗ, ସମ୍ବଲପୁର ମହାନଗର ନିଗମ, ବିଦ୍ୟୁତ ବିଭାଗ ଓ ପିଡବ୍ଲ୍ୟୁଡି( ପୂର୍ତ୍ତ ବିଭାଗ )ମଧ୍ୟରେ ସମନ୍ୱୟର ଘୋର ଅଭାବ ରହୁଛି ଓ ଏହା ୫ଟିର ଅନ୍ତରାୟ। ଯଦ୍ୱାରା ଏହି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ ବୋଲି ଶ୍ରୀ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି।ଏହି ନିର୍ମାଣ କାର୍ଯ୍ୟର ବିଳମ୍ଭତା ସ୍ୱଚ୍ଛତାର ଅଭାବ ବୋଲି ସବୁଠି ଚର୍ଚାର ବିଷୟ ହୋଇଛି। ଏଭଳି କ୍ଷେତ୍ରରେ ବିଭାଗୀୟ କାର୍ଯ୍ୟ ଦକ୍ଷତା ସହିତ ପ୍ରଶାସନିକ ତତ୍ପରତା ନଥାଇ ବିକାଶର ଦିଣ୍ଡିମି ପିଟା କେବଳ ସରକାରଙ୍କ ଏକ ଚକ୍ରାନ୍ତ ବୋଲି ଜନସାଧାରଣଙ୍କ ମତ ସହ ସୂର୍ଯ୍ୟଙ୍କ ମତ ମିଶୁଥିବା ନେଇ ଏହି ପ୍ରତିନିଧି ସ୍ୱଷ୍ଟ କରି ଦେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ