କଳାହାଣ୍ଡି, ୧୨/୧୦ (ଜଗନ୍ନାଥ ନାଏକ) : ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଓଡିଶା ସରକାର ଙ୍କ ଷ୍ଟାର୍ଟଅପ ଓଡିଶା ତରଫରୁ ଓଡିଶା ଷ୍ଟାର୍ଟଅପ ଏକ୍ସପ୍ରେସ ୨୦୨୩ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ଏହି କର୍ମଶାଳା ରେ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍କୁଲ ରୁ ଭାଗ ନେଇ ଜରୁରୀ କଳା କୌଶଳ ବିଷୟ ରେ ନିଜ ନିଜର ବକ୍ତବ୍ୟ ରଖିଥିଲେ | ସ୍କୁଲ ର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କ ଆବଶ୍ୟକତା କଳା କୌଶଳ, ଉଦ୍ଭାବନ, ଉଦ୍ୟୋଗୀତା ଆରମ୍ଭରେ କିପରି କରିପାରିବେ ଓ ଛାତ୍ର ଜୀବନ ରୁ କିପରି ନିଜକୁ ଏକ ସଫଳ ଉଦ୍ୟୋଗୀ ରୂପେ ଗଢି ପାରିବେ ଏହି କର୍ମଶାଳା ର ମୁଖ୍ୟ ଲକ୍ଷ୍ୟ ବୋଲି ନିଜ ବକ୍ତବ୍ୟ ରଖିଥିଲେ |ଷ୍ଟାର୍ଟଅପ ଓଡିଶା (ଏମ.ଏସ.ଏମ.ଇ, ବିଭାଗ, ଓଡିଶା ସରକାର ) ଓ ଏ. ଆଇ.ସୀ ନାଳନ୍ଦା ଇନ୍ଷ୍ଟିଟ୍ୟୁସନ ଅଫ ଟେକୋନୋଜି ଫାଉଣ୍ଡେସନ, ଭୁବନେଶ୍ୱର ର ମିଳିତ ସହଯୋଗ ରେ ଏହି କର୍ମଶାଳା ଟି ଅନୁଷ୍ଠିତ ହୋଇଥିଲା | ମାନସ କୁମାର ସାମନ୍ତରାୟ ଓ ମନୋଜ କୁମାର ଦଣ୍ଡପାଟ ସହଯୋଗ କରିଥିବା ବେଳେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ | ଶିକ୍ଷକ ସମ୍ପଦ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇ କର୍ମଶାଳା ଟିକୁ ସାଙ୍ଗ କରିଥିଲେ |
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ଷ୍ଟାର୍ଟଅପ ଏକ୍ସପ୍ରେସ ୨୦୨୩ କର୍ମଶାଳା ଅନୁଷ୍ଠିତ
