Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ- ୨୦୨୩

କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ସଦର ମହକୁମା ଭବାନୀପାଟଣା ର ମେଦିନୀପୁର ଉଚ୍ଚ ବିଦ୍ୟାଳୟ ଠାରେ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଓ ଓଡ଼ିଶା ମିଲେଟ୍ସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି। ମେଦିନୀପୁର ସି.ଆର.ସି.ସି. ତୁଳସୀ ରାମ ସାହୁଙ୍କ ଆବାହକ ରେ ଆୟୋଜିତ ଏହି ଉତ୍ସବରେ ମେଦିନୀପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧନଶିକ୍ଷକ ଓଡ଼ିଶା ଶିକ୍ଷକ ସମ୍ମାନ ପ୍ରାପ୍ତ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ଏହି ବର୍ଣ୍ଣାତ୍ୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ ଲାଲ୍ ଦୁବେ, ସମ୍ମାନିତ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ମେଦିନୀପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବିଶ୍ବାଳ, କଳାହାଣ୍ଡି ଜିଲ୍ଲା ବ୍ଲକ ଗ୍ରାଣ୍ଟ ସ୍କୁଲ ସଭାପତି ସୁରେନ୍ଦ୍ର କୁମାର ପଟ୍ଟନାୟକ, ମ୍ୟୁଜିକ୍ ଡାଇରେକ୍ଟର କ୍ଷୀରସିନ୍ଧୁ ନାଏକ,ମ୍ୟୁଜିକ୍ ସିନିୟର୍ ଫିଲୋସଫର ରୁବି ମହାନ୍ତି, ଲକ୍ଷ୍ମୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର ନାଥ ଦାଶ, ଗୋଟଭଟ୍ଟା ଆଶ୍ରମ ସ୍କୁଲ୍ ପ୍ରଧାନଶିକ୍ଷକ ବିଜୟ କୁମାର ବାଗ, ମୁଖ୍ୟ ବକ୍ତା ଭାବେ ଓଷ୍ଟା କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର ରଥ ପ୍ରମୁଖ ଯୋଗଦାନ କରି ଥିଲେ ।
ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିଶୁ ସୁରଭିର କୁଇଜ୍, ପ୍ରବନ୍ଧ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା ସହ ଓଡ଼ିଶା ମିଲ୍ଲେଟସ୍ ସମୁଦାୟ ୧୮ ଟି ବିଷୟରେ ପ୍ରତିଯୋଗିତା ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ସହ ଓଡ଼ିଶା ମିଲ୍ଲେଟ୍ସ, ପୃଷ୍ଟି ଶସ୍ୟ – ସୁସ୍ଥ ଜୀବନ “ସହି ପୋଷଣ ଦେଶ ରୋଶନ୍” ସମ୍ପର୍କ ରେ ଆଲୋଚନା କରାଯାଇ ଛାତ୍ର-ଛାତ୍ରୀ ଙ୍କୁ ଅତିଥି ମାନେ ପ୍ରୋତ୍ସାହିତ କରିଥିଲେ ।
ପୁରସ୍କାର ବିତରଣରେ ସହଯୋଗ କରିଥିଲେ ଶିକ୍ଷୟତ୍ରୀ ଗୀତାଞ୍ଜଳି ପଟ୍ଟନାୟକ, ଗୀତାଞ୍ଜଳି ସିଂ ଦେଓ, ପ୍ରତିଭା ଦାଶ, ଶିକ୍ଷକ ସକଲେଶ୍ୱର୍ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ପରିଚାଳନାରେ ସିଆରସିସି ବିଶ୍ୱଜିତ ରାୟ,ସିଆରସିସି ଧନାଞ୍ଜୟ ସାହୁ, ଜ୍ୟୋତି ରାଣୀ ଦାଶ, ପୁଷ୍ପାଞ୍ଜଳି ସାହୁ, ବିଷ୍ଣୁ ଚରଣ ଗଉଡ, ହର ପ୍ରସାଦ ଦାଶ, ଲକ୍ଷ୍ମୀ ବଗର୍ତ୍ତୀ, ସଂଯୁକ୍ତା ରାଣୀ ବେହେରା, ପ୍ରଭାସିନୀ ପଣ୍ଡା, ରଜତ ବାଲା ଦାଶ, ରାଜେଶ କୁମାର ସାହୁ, ଅନିଲ ଶର୍ମା, ଦୀପକ ବଗର୍ତ୍ତୀ, ଚକ୍ରଧର ସା, ଗୌରୀ ଶୁକ୍ଳା, ସୁନିତୀ ମୁଣ୍ଡ, ସରିତା ରଥ ,ରଶ୍ମିତା ପଣ୍ଡା, ସ୍ଵାଧୀନୀ ସାହୁ, ସସ୍ମିତା ରଥ, ଶୁଭ ଦର୍ଶିନି ପୁରୋହିତ, ଯମୁନା ଛତ୍ରିଆ, ସବିତା ଦେଇ, ପ୍ରତିଭା ବିଶ୍ଵାଳ, ଶୁଭଶ୍ରୀ ବାଗ, ଜଗଦୀଶ ଭାଟି ଏବଂ ମେଦିନୀପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସୁରେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ