Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟଙ୍କ ନେତୃତ୍ୱରେ ୨୨ ବିଜେପି ବିଧାୟକ ଦିଲ୍ଲୀ ଯିବେ!

ସମ୍ବଲପୁର : ଓଡିଶା ରାଜନିତିରେ ଘଡିକେ ଘୋଡା ଛୁଟୁଛି।ବିଜେପି ଓ ବିଜେଡି ଭିତରେ ତେଜିଛି ବଳ କଷାକଷି।ଏବେ ଦିଲ୍ଲୀି ଯିବାକୁ ବିଜେପିର ୨୨ ବିଧାୟକ ସଜବାଜ ହେଉଛନ୍ତି।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ଏହି ୨୨ ବିଧାୟକ ତାରିଖ ସ୍ଥିର ହୋଇ ନଥିଲେ ମଧ୍ୟ ଖୁବଶୀଘ୍ର ଯିବା ନେଇ ସୂଚନା ମିଳିଛି।ସେମାନେ ସେମାନଙ୍କ ଦିଲ୍ଲୀ ଗସ୍ତ କାଳରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିବେ।ଓଡିଶା ରାଜନିତିର ବାସ୍ତବ ଚିତ୍ର ସହିତ କାହା ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢିବ ବିଜେପି ଏଭଳି କିଛି ଏଜେଣ୍ଡା ଧରି ଓଡିଶା ବିଜେପି ବିଧାୟକ ସବୁ ଏକାଠି ହୋଇ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ଯିବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି।