Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡିର ଦଳିୟ ବୈଠକ:ଜୟ ପ୍ରସଙ୍ଗରେ ବିଶାଳ ଆବିର୍ଭାବ

ସମ୍ବଲପୁର: ଇଂ.ରୋହୀତ ପୂଜାରୀ ସମ୍ବଲପୁର ଜିଲ୍ଲାର ବିଜେଡି ମୂଖିଆ ମଙ୍ଗ ଧରିବା ପରେ ଗତକାଲି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଦଳର ଭାରି ଟାଣୁଆ ନେତା ପ୍ରଣବ ପ୍ରକାଶ ଦାଶ(ବବି ଭାଇ)ଯୋଗଦେଇ ଜିଲ୍ଲାର ୪ ବିଧାନସଭା ଆସନ ସହିତ ସମ୍ବଲପୁର ଲୋକସଭା ଆସନ କିଭଳି ହାତେଇ ହେବ ସେ ନେଇ ରଣ କୌଶଳ ଆପଣେଇଥିଲେ।ଅବଶ୍ୟ ଏହି ବୈଠକରେ ସମ୍ବଲପୁରର ପୁର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କୁ ବାଦ୍ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ,ପୁର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସହିତ ଦଳର ପ୍ରାୟତଃ ସବୁ ଛାମୁଆଁ ନେତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଏଥିରେ ନବ ନିଯୁକ୍ତ ସମସ୍ତ ଉପଦେଷ୍ଟାବି ସାମିଲ ଥିଲେ।ତେବେ ଏକତା ବଳରେ ଦଳର ବିଜୟ ଭଳି ଧାଡିଆ ଆହ୍ୱାନ ସହିତ ବିଶୃଙ୍ଖଳା ଭଳି ନେତାଙ୍କ ସ୍ୱଭାବ ଅକ୍ଷମଣୀୟ ବୋଲି ବୈଠକରେ ଚେତାଇ ଦିଆଯାଇଥିଲେବି ଦଳର ଆଭ୍ୟନ୍ତର ଆଲୋଚନା ଓ ଗୁପ୍ତ ମନ୍ତ୍ରଣା ଥିଲା ଭିନ୍ନ।କଳେବଳେ କୌଶଳେ ବିଜେଡିର ଜିତାପଟ ପାଇଁ ବିଜେଡିର ଆଖି ଖୋଲିଦେଇଛି ।୨୦୨୪ ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ବୋଲି ଚେତାଇ ଦେଇ ବର୍ତ୍ତମାନର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଥିଲେ କିନ୍ତୁ ଏହି ବୈଠକର ମୂଖ୍ୟ ଫୋକସ୍ ।ତାଙ୍କୁ ହରାଇବାକୁ ବାଟ ଖୋଜିଛି ବିଜେଡି। ଅଧାରୁ ଅଧିକ ସମୟ ଜୟଙ୍କୁ ନେଇ ବିଜେଡି ବୈଠକରେ କଟିଥିବା ଭଳି ରୋଚକ ଖବର ପ୍ରକାଶ ପାଇବା ପରେ ଜୟଙ୍କୁ ବିଜେଡିର ଭୟ ପଦାରେ ପକାଇ ଦେଇଛି।ଏହି ବୈଠକରେ ବିଜେଡି ପାଇଁ ଜୟ ବଡ ପ୍ରସଙ୍ଗ ପାଲଟିଥିବା ବେଳେ ସମ୍ବଲପୁର ରାଜନୀତିରେ ବିଶାଳ ଦାଶଙ୍କ ଆବିର୍ଭାବର ବାଟ ଫିଟିଛି।ବିଶାଳ ବି ସମ୍ବଲପୁର ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବାକୁ କୁଆଡେ ଆଗ୍ରହ ପ୍ରକାଶ କରିଥିବା ନେଇ ଚର୍ଚା ଆରମ୍ଭ ହୋଇଛି।ବିଜେଡି ଦଳ ଏବେ ଫାଳ ଫାଳ ହୋଇଥବା ବେଳେ ସଭିଙ୍କୁ ଏକାଠି କରି ନିର୍ବାଚନୀ ବୈତରଣୀ ପାରିହେବାକୁ ଇଂ.ପୂଜାରୀ ନିଜର କରିସ୍ମା ଦେଖାଉଥିବା ବେଳେ ଏଥିରେ ବବି ଦାଶଙ୍କ ରଣ କୌଶଳହିଁ ବିଜେଡିର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ରାଜନୈତିକ ଦୃଶ୍ୟପଟ୍ଟରେ ଜଳଜଳ ଦେଖାଦେଉଛି।ତେବେ ଆସନ୍ତା ୧୫ ତାରିଖକୁ ଧାର୍ଯ୍ୟ ହୋଇଥିବା ଜନ ସଂପର୍କ ପଦଯାତ୍ରାର ଶକ୍ତି ପ୍ରଦର୍ଶନରୁହିଁ ଜଣା ପଡିବ ବିଜେଡିର ଭବିଷ୍ୟତ କ’ଣ?