ରାଜ୍ୟସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତାରେ ଥୁଆପଦର ଉଚ୍ଚ ବିଦ୍ୟାଳୟର ସଫଳତା୧୨.୧୦.୧୩ ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ୨୦୨୩ ଭୁବନେଶ୍ୱରର Unit 6 ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଥୁଆପଦର ହାଇସ୍କୁଲର ଛାତ୍ରୀମାନଙ୍କ ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ହାଇସ୍କୁଲର ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂହଙ୍କ ତତ୍ତ୍ଵାବଧାନରେ ଏକ ଦଳ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ପ୍ରଥମ ହୋଇ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ । ରାଜ୍ୟ ସ୍ତରରେ “ପୁଅ ଝିଅ ସବୁ ସମାନ” ବିଷୟ ଭିତ୍ତିକ ନୃତ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହେବା ସହିତ ତୃତୀୟ ସ୍ଥାନ ଲାଭ କରିଥିଲେ। ଏଥିରେ ଛାତ୍ରୀମାନେ ଭାରତୀ ବାଗ, ଭାଗ୍ୟଶ୍ରୀ ରଣା, ଅଙ୍କିତା ଧଙ୍ଗଡା ମାଝୀ, ସୀମା ଯାନୀ, ତୃପ୍ତି ହରିଜନ ଓ ସନ୍ତୋଷିନୀ ତାଣ୍ଡି ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସମସ୍ତ ଛାତ୍ରୀ ମାନଙ୍କୁ ଶୁଭକାମନା ଜ୍ଞାପନା କରିଥିଲା। କେବଳ ସେତିକି ନୁହେଁ Zonal Level Science Drama Competitionରେ ମଧ୍ୟ ଛାତ୍ରୀମାନେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୱତ କରିଛନ୍ତି। ଏଥିରେ ସମସ୍ତ ଶିକ୍ଷକ ଗିରିଜା ଶଙ୍କର ସାହୁ, ବିରଞ୍ଚି ତାଣ୍ଡି, ମୃତ୍ୟୁଞ୍ଜୟ ପତି, ଶିବଦତ୍ତ ପଣ୍ଡା,ଧୁନତିସା ରଞ୍ଜନ ମାଝୀ, ବିଭୁତି ପ୍ରଧାନ, ନରେନ୍ଦ୍ର କୁମଝରିଆ, ଉମାକାନ୍ତ ପାଣିଗ୍ରାହୀ, ପତନ ସାହୁ,କେଶବ ପ୍ରଧାନ ଓ ଶିକ୍ଷୟତ୍ରୀ ସୌଦାମିନୀ ବନଗୋଲା ତଥା ଦିଗାମ୍ବର ଭୋଇଙ୍କର ସହଯୋଗ ରହିଛି। ଏଥିପାଇଁ ବୁଦ୍ଧିଜୀବୀ ମହଲରୁ ବିଦ୍ୟାଳୟକୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ଛୁଟିଛି।

କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ୨୦୨୩ ଭୁବନେଶ୍ୱରର Unit 6 ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଥୁଆପଦର ହାଇସ୍କୁଲର ଛାତ୍ରୀମାନଙ୍କ ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ହାଇସ୍କୁଲର ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂହଙ୍କ ତତ୍ତ୍ଵାବଧାନରେ ଏକ ଦଳ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ପ୍ରଥମ ହୋଇ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ । ରାଜ୍ୟ ସ୍ତରରେ “ପୁଅ ଝିଅ ସବୁ ସମାନ” ବିଷୟ ଭିତ୍ତିକ ନୃତ୍ୟ କରି ସୁଅ ଛୁଟିଛି।