Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲା ସବୁଠୁ ପ୍ରଦୂଷିତ ସହର; ରିପୋର୍ଟ

ଭୁବନେଶ୍ବର: ରାଜ୍ୟର ଏହି ୭ ସହରକୁ ସବୁଠୁ ପ୍ରଦୂଷିତ ସହର ଭାବେ ଚିହ୍ନଟ କରାଯାଇଛି। ରାଉରକେଲା ସବୁଠାରୁ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି। ଏହି ତାଲିକାରେ ସାମିଲ ହୋଇଥିବା ଅନ୍ୟ ସହରଗୁଡିକ ହେଉଛି ଭୁବନେଶ୍ବର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ବର ଓ କଳିଙ୍ଗନଗର। ଏ ନେଇ ବିଧାନସଭାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ତଥ୍ୟ ରଖିଛନ୍ତି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୫୪.୩୮ କୋଟି ଟଙ୍କା ବ୍ୟୟ କରାଯାଇଥିବା କହିଛନ୍ତି ମନ୍ତ୍ରୀ।

ବାୟୁରେ ଧୂଳିକଣାର ମାତ୍ରା ଅଧିକ ରହିଲେ ବାୟୁ ପ୍ରଦୂଷଣ ହୋଇଥାଏ। ବାୟୁ ପ୍ରଦୂଷଣ ମାପିବା ପାଇଁ ଏକ ଷ୍ଟାଣ୍ଡାର୍ଡ ରହିଛି। ଏଥିପାଇଁ ଧୂଳିକଣାକୁ ୧୦ ପିଏମ୍ ଓ ୨.୫ ମାଇକ୍ରୋମିଟର ଆଧାରରେ ମପାଯାଇଥାଏ। ଏହାର ମାତ୍ରା ସର୍ବନିମ୍ନ ସ୍ତରରେ ୬୦ ଓ ପିଏମ୍‌ ୨.୫ ସ୍ତର ୪୦ ରହିବା ଆବଶ୍ୟକ। ଏହି ସ୍ତରରୁ ଅଧିକ କିମ୍ବା କମ୍‌ ହେଲେ ଧୂଳିକଣା ବିଷାକ୍ତ ହୋଇଯାଏ।

ତେବେ ଏହି ସହର ତାଲିକାରୁ ରାଉରକେଲା ସବୁଠାରୁ ପ୍ରଦୂଷିତ ସହର ଭାବେ ଚିହ୍ନଟ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ