Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହିଳା ଆସାମୀ କୁ ଡାକ୍ତରୀ ମଇନା କରିବାକୁ ଉପଖଣ୍ଡର  କୌଣସି ଚିକିତ୍ସାଳୟରେ ନାହାନ୍ତି ମହିଳା ଡାକ୍ତର।

ହାଟଡିହି ଶନି ବାର ଦେଖିବାକୁ ମିଳିଥିଲା କିଛି ଏପରି ଦୃଶ୍ୟ, ଯାହାକି ଘଷିପୁରା ଥାନା ଅଧୀନରେ ଘଟିଥିବା ଘଟଣା ର ଡାକ୍ତରୀ ମଇନା କରିବାକୁ ଘଷିପୁରା ରୁ ପୀଡ଼ିତା ଙ୍କୁ ଧରି ଘଷିପୁରା ଉପ ଖଣ୍ଡ ମେଡିକାଲ କୁ ଯାଇ ଫେରିବା ପରେ ହାଟଡିହି ମେଡିକାଲ୍ ରେ ପହଁଚି ଥିଲେ । କିନ୍ତୁ ସେତେବେଳକୁ ଡାକ୍ତର  ଙ୍କ ପରାମର୍ଶ କରିବା ସମୟ  ସରି ଯାଇଥିବାରୁ ସେ ଉପସ୍ଥିତ ନଥିଲେ । ଏପରି ସ୍ଥଳେ ଘଷିପୁରା ପୋଲିସ ମହିଳା ଙ୍କୁ ଧରି ହାଟଡିହି କୋର୍ଟ ସାମ୍ନା ରେ ଜଗି ରହିଥିବା ବେଳେ ଶନି ବାର ମହାଳୟା ପାଇଁ କୋର୍ଟ ଛୁଟି ଥିବା ସତ୍ତ୍ୱେ ପୀଡ଼ିତା ଙ୍କୁ ଉପକୁକ୍ତ ନ୍ୟାୟ ଦେବାକୁ ଯାଇ ମାଜିଷ୍ଟେଟ ଙ୍କ ବସା ରୁ ସିକୃତି ଆଣିବାକୁ ଅପେକ୍ଷା କରି ରହିଥିଲେ। କିନ୍ତୁ ସାଧାରଣ ଭାବରେ ଦେଖିବାକୁ ଗଲେ ଘଷିପୁରା ଡ଼ାକ୍ତରଖାନା ଉପରେ ନିର୍ଭର କରି ଘଷିପୁରା, ଆନନ୍ଦପୁର, ରାମଚନ୍ଦ୍ର ପୁର୍, ନନ୍ଦିପଦା, ସୋସ ମୋଟ ପାଞ୍ଚ ଗୋଟି ଥାନା ରହିଥିବା ବେଳେ ମହିଳା ଙ୍କ ଡାକ୍ତରୀ ମଇନା ଜନିତ କେଶ ରେ ଆନନ୍ଦପୁର ଉପଖଣ୍ଡ ରେ ଥିବା ଘଷିପୁରା, ରାମଚନ୍ଦ୍ର ପୁର ,ସାଳନିଆ, ହାଟଡିହି, ଫକୀର ପୁର, ସମେତ ଛୋଟ ବଡ ଭାବରେ ପନ୍ଦର ରୁ ଉର୍ଦ୍ଧ୍ବ ଡାକ୍ତରଖାନା ରେ କୌଣସି ମହିଳା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନଥିବା ରୁ ସ୍ଥାନୀୟ ପୋଲିସ ସମେତ ପୀଡ଼ିତା ଙ୍କୁ ନାହିଁ ନଥିବା ଦୁର୍ଦ୍ଦଶା ରେ ସମ୍ମୁଖୀନ ହେବାକୁ ପଡୁଛି ଏଥି ପ୍ରତି ଉଭୟ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ଯଦି ଦୃଷ୍ଟି ପଡ଼ିବ ତେବେ ସମସ୍ୟା ଦୂର ହୋଇ ପାରିବବୋଲି ସାଧାରଣ ଲୋକେ ମତ ବ୍ୟକ୍ତ କରିଛନ୍ତି।