Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ଦୁର୍ଘଟଣା ରେ ଦୁଇ ଯୁବକ ମୃତ୍ୟୁ ପରେ ବି ରାସ୍ତା କଡ ରେ ଥିବା ଗଛ କୁ ସଫା କରୁନି ବିଭାଗ।

ହାଟଡିହି ଆଜକୁ ପ୍ରାୟ ବାର ଦିନ ହେବ ଆନନ୍ଦପୁର – ଭଦ୍ରକ ମୁଖ୍ୟ ରାସ୍ତା ରେ ଦୁଇ ଯୁବକ ଙ୍କ ଦୁର୍ଘଟଣାରେ ପ୍ରାଣ ହାନି ଘଟିଲା। କିନ୍ତୁ ଏହି ଦୁର୍ଘଟଣା ରେ ମୁଖ୍ୟ ସମସ୍ୟା ଥିଲା ରାସ୍ତା ର ଉଭୟ ପାର୍ଶ୍ଵ ରେ ହୋଇଥିବା ଗଛ ଗୁଡ଼ିକ ପାଇ ରାସ୍ତା ସଂକୀର୍ଣ୍ଣ ହୋଇ ଥିବାରୁ ଦୁଇଟି ଯୁବକ ଅକାଳ ବିୟୋଗ ହେଲା ଏହି। ଦୁର୍ଘଟଣା ର ମୁଖ୍ୟ କାରଣ ସମ୍ପର୍କ ରେ  ଭାରତୀୟ ଜନତା ପାର୍ଟି ରାଜ୍ୟ ସଦସ୍ୟ ଆଲୋକ ସେଠୀ ସମସ୍ୟା ଉପରେ ଆଲୋଚନା କରି ରାସ୍ତା ଓ କୋଠାବାଡ଼ି ବିଭାଗ ଘଟଗାଁ ର ଏକଜୁନର ଙ୍କ  ସାଙ୍ଗରେ କଥା ହେବା ପରେ ଦୁଇ ଦିନ ମଧ୍ୟରେ ରାସ୍ତା ସଫା କରିବାକୁ କହି ମାତ୍ର ପନ୍ଦର ଦିନ ରୁ ଅଧିକ ହେଲାଣି ଏବେବି  ସଫା ହେଉନି ରାସ୍ତା। ଯାହା ଫଳରେ ଆଗକୁ ପାର୍ବଣ ରିତୁ ପାଇଁ  ପ୍ରତି ଛକ ବଜାର ଗୁଡ଼ିକ ଗହଳି ରହିବ ବୋଲି ଆଶା କରା ଯାଉଥିବାରୁ ଦୁର୍ଘଟଣା କୁ ଏଡାଇ। ଦିଆ ଯାଇ ପାରିବ ନାହିଁ। ଯାହା ଫଳରେ ଅଧିକ ଜୀବନ ହାନି ହେବ ବୋଲି ଆଶଂକା ଦେଖା ଯାଉଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଯଥା ଶୀଘ୍ର ରାସ୍ତା ର ପାର୍ଶ୍ଵ  ରେ ଥିବା ବଡ ଗଛ ସଫା କରିବ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ