Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ରୁ ଆରମ୍ଭ ମାଟ୍ରିକ୍‌ ଖାତା ଦେଖା

ଭୁବନେଶ୍ବର: ଏପ୍ରିଲ ୩ରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଖାତା ଦେଖା। ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ନେଇ ସୂଚନା ଦେଇଛନ୍ତି ବୋର୍ଡ କତ୍ତୃର୍ପକ୍ଷ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ କଡା ସୁରକ୍ଷାରେ ବ୍ୟବସ୍ଥା ମଧ୍ୟରେ ନିଆଯିବ।

ମୂଲ୍ୟାୟ‌ନ ପାଇଁ ଚୟନ କରାଯାଇଥିବା ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ ଓ ମୁଖ୍ୟ ପରୀକ୍ଷକ, ସ୍କ୍ରୁଟିନାଇଜରମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏହାକୁ ବୋର୍ଡ ୱେବସାଇଟ www.bseodisha.ac.inରେ ଅପଲୋଡ୍ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ସେମାନଙ୍କ ସ୍କୁଲ ଆଇଡି, ପାସ୍ ୱାର୍ଡ ବ୍ୟବହାର କରି ଲଗ୍ ଇନ କରିବେ। ପରେ ପରୀକ୍ଷକ ଓ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଅନ୍ୟମାନଙ୍କ ନିଯୁକ୍ତିପତ୍ରକୁ ଡାଉନଲୋଡ୍ କରି ପାରିବେ। ଏହି ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ ଦିନ ଭିତରେ ଶେଷ ହେବ ବୋଲି ବୋର୍ଡ ଉପସଭାପତି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ