Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପ୍ରିଲ ୧ରୁ କଡାକଡି ହେବ ଟ୍ରାଫିକ୍‌ ନିୟମ; ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା। ସାମାନ୍ୟ ଅବହେଳାରୁ ଅକାରଣେ ଚାଲିଯାଉଛି ଜୀବନ। ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ମାର୍ଗଦର୍ଶିକା। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏସ୍‌ଓପି ଜାରି ହୋଇଛି।

ଏପ୍ରିଲ ପହିଲାରୁ କଡାକଡି ହେବ ଟ୍ରାଫିକ୍‌ ବ୍ୟବସ୍ଥା। ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏହି ମାର୍ଗଦର୍ଶିକା ଲାଗୁ ହେବ। ନିୟମ ଉଲ୍ଲଂଘନ କଲେ ମିଳିବ କଠୋର ଦଣ୍ଡ। ନିୟମ ଉଲଂଘନକାରୀ ଓ ମଦ୍ୟପ ଚାଳକଙ୍କ ଉପରେ ତୀକ୍ଷ୍ଣ ନଜର ରହିବ। ନିୟମ ନମାନିଲେ ମୋଟା ଅଙ୍କର ଜରିମାନା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ଏପ୍ରିଲ ପ୍ରଥମ ସପ୍ତାହକୁ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯିବ।

୨୦୨୧ ବର୍ଷ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୭.୬୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ମସିହାରେ ରାଜ୍ୟରେ ମୋଟ ୧୧ ହଜାର ୬୬୩ଟି ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ମୃତ୍ୟୁବରଣ କରିଛନ୍ତି ୫୪୬୭ ଜଣ। ରାଜ୍ୟରେ ମୋଟ ୧୯୫ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଛି । କଟକ ଓ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୩ଟି ଲେଖାଏଁ ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଛି । ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବାକୁ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପୋଲିସ, ପରିବହନ, ଶିକ୍ଷା, ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ