ଦେବଗଡ଼:ପୌରାଂଚଳର ସ୍ଥିତ ମଠସାହିରେ ୧୫ ରୁ ୨୪ ତାରିଖ ୯ ଦିନ ଧରି ହେବାକୁଥିବା ମାଁ କନକ ଦୁର୍ଗା ମନ୍ଦିର ରେ ନବରାତ୍ର ପୂଜା ରବିବାର ଠାରୁ ଆରମ୍ଭ ହୋଇଯାଇଛି । ସକାଳେ ପ୍ରଧାନପାଟ ସ୍ଥିତ ଜଳପ୍ରପାତରୁ କଳସ ଯାତ୍ରା ଅନୁଷ୍ଠିତ ହେବା ସହିତ ମା ପ୍ରଧାନପାଟେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ରେ କଳସୀ ସ୍ଥାପନ କରିଥିଲେ । ମନୋରମା କ୍ଲବ ଏବଂ ମଠ ସାହି ମାଁ କନକ ଦୁର୍ଗା ପୂଜା କମିଟୀ ତରଫରୁ ଆୟୋଜିତ ପୂଜାରେ ୯ ଦିନ ଧରି ପ୍ରତ୍ୟେକଦିନ ମାଁ ଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବା ସହିତ ଶ୍ରଦ୍ଧାଳୁ ମାନଙ୍କପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି । ସେହିପରି ଚଣ୍ଡିପାଠ ସହ ଅଖଣ୍ଡ ଦୀପ ପ୍ରଜ୍ୱଳନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂଜକ ଭାବେ ଦୀନବନ୍ଧୁ ଶତପଥୀ ଦାୟୀତ୍ୱ ନେଇଥିବାବେଳେ କମିଟୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।ଏହାସହିତ କଲେଜରୋଡସ୍ଥିତ ଶନିମନ୍ଦିର ,ପ୍ରଧାନପାଟସ୍ଥିତ ମା ପ୍ରଧାନପାଟେଶ୍ୱରୀ , ସାଇମନ୍ଦିରସ୍ଥିତ ଦୁର୍ଗା ମନ୍ଦିର, ଜଗନ୍ନାଥ ମନ୍ଦିର ପରିସର ଥିବା କାଳୀ ମନ୍ଦିର, ବଣିଆଁ ସାହିସ୍ଥିତ ଶନି ମନ୍ଦିର ଏବଂ ଚିକିଣି ଘାଟି ସ୍ଥିତ ଦୁର୍ଗା ମନ୍ଦିରଠାରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି ।
ବିଭିନ୍ନ ଦେବୀପୀଠରେ ନବରାତ୍ର ପୂଜା ଆରମ୍ଭ
