Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲମା ଗେଟ୍ ବନ୍ଦ କଲା ଛତିଶଗଡ଼, ହୀରାକୁଦରେ କମିଲା ଜଳ ପ୍ରବେଶ

ସମ୍ବଲପୁର: ମୌସୁମୀ ପ୍ରତ୍ୟାବର୍ତ୍ତନନର ପ୍ରକ୍ରିୟା ଆରମ୍ଭ  ହୋଇଛି। ବର୍ଷା କମି ସରିବାରୁ ନଦୀମାନଙ୍କରେ ଜଳ ପ୍ରବାହ କମିଛି। ତେଣୁ  ଛତିଶଗଡ କଲମାରେ ଗେଟ୍ ବନ୍ଦ କରିଛି। ସୋମବାର କଲମାରେ ୫୬ଟି ଗେଟ୍ ବନ୍ଦ କରିଥିବା ବେଳେ ୧୦ଟି ଗେଟ୍ ଖୋଲା ରଖିଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ପାଣି ପ୍ରବାହ କମିବାରେ ଲାଗିଛି ।

ସୂଚନା ଅନୁଯାୟୀ, ସୋମବାର ପର୍ଯ୍ୟାୟକ୍ରମରେ କଲମା ଉପରେ ଥିବା ସରାଡିହ ବ୍ୟାରେଜର ୭୭ଟି ଗେଟ୍ ବନ୍ଦ କରିଥିବା ବେଳେ ୪ଟି ଗେଟ୍ ଖୋଲା ରଖିଛି ଛତିଶଗଡ । ଉଭୟ କଲମା ଓ ସରାଡିହରେ ଗେଟ୍ ପକାଇବା ପରେ ଜଳ ପ୍ରବାହ ହ୍ରାସ ପାଇ ୧୧ ହଜାର ୮୬୮ କ୍ୟୁସେକ୍‌ରେ ପହଞ୍ଚିଛି । ସେପଟେ ହୀରାକୁଦର ଜଳସ୍ତର ମଧ୍ୟ ହ୍ରାସ ପାଇ ୬୨୮.୯୫ ଫୁଟରେ ରହିଛି। ହୀରାକୁଦରେ ମଧ୍ୟ ସମସ୍ତ ଗେଟ୍ ବନ୍ଦ ରହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ନିଜର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟରେ ପହଞ୍ଚିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ