Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ୟକୁ କଟାକ୍ଷ କରିବା ପୂର୍ବରୁ ନିଜର ଦୋଷ ଦୁର୍ବଳତାର ସମୀକ୍ଷା କରୁ,ବିଜେଡିକୁ ବିଜେପିର ସମାଲୋଚନା

ସମ୍ବଲପୁର:ସମ୍ବଲପୁର ବି.ଜେ.ପି. ବାହାର ଲୋକଙ୍କ ଉପରେ ଭରଷା କରିଛି ଓ ସମ୍ବଲପୁର ରେ ନେତୃତ୍ୱ ଦୁର୍ବଳ ହୋଇଗଲାଣି ବୋଲି ଗତକାଲି ବି.ଜେ.ଡି. ଜିଲ୍ଲା ସଭାପତି ତଥା ରେଢ଼ାଖୋଲ ବିଧାୟକ ଇ. ରୋହିତ ପୂଜାରୀ ବି.ଜେ.ପି. କୁ କଟାକ୍ଷ କରିଦେଇଥିବା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ ବୋଲି ବି.ଜେ.ପି. ନେତୃବର୍ଗ ଏକ ପ୍ରେସ ବିବୃତି ରେ ପ୍ରକାଶ କରୁଛନ୍ତି l
ବି ଜେ.ପି. ର ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଦେଓକିରଣ ପଟ୍ଟନାୟକ, ପୂର୍ବତନ ଜିଲ୍ଲା କୋଷାଧକ୍ଷ ମୁକେଶ ଜରିୱାଲ, ପୂର୍ବତନ ଜିଲ୍ଲା ପଛୁଆବର୍ଗ ର ସଭାପତି ସରୋଜ ସାହୁ ଓ ପୂର୍ବତନ ଜିଲ୍ଲା ପ୍ରବକ୍ତା ସୂର୍ଯ୍ୟ ପାଣିଗ୍ରାହୀ କହିଛନ୍ତି ଯେ, ଶ୍ରୀ ପୂଜାରୀ ଙ୍କର ଏପରି ବାଚଳାମି ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ଅଟେ l ବି.ଜେ.ପି. ନେତୃବର୍ଗ ପ୍ରଶ୍ନ କରିଛନ୍ତି ଯେ, ବିଗତ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପୁର ରେ ବିଧାନସଭା ପ୍ରାର୍ଥୀ ହୋଇଥିଲେ, ତାହାଲେ କଣ ବରଗଡ଼ ଜିଲ୍ଲା ବି.ଜେ.ଡି. ଦୁର୍ବଳ ଥିଲା l ବିଗତ ଦିନରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଯିଏ କି ବରଗଡ଼ ର ବାସିନ୍ଧା, ସମ୍ବଲପୁର ଜିଲ୍ଲା ର ରେଢ଼ାଖୋଲ ବିଧାନସଭା ରେ ନିର୍ବାଚନ ଲଢ଼ିଥିଲେ, ତେବେ କଣ ସମ୍ବଲପୁର ବି.ଜେ.ଡି. ଦୁର୍ବଳ ଥିଲା, ସେଥିପାଇଁ ବରଗଡ ଜିଲ୍ଲା ରୁ ନେତା ଆମଦାନୀ କରିଥିଲା l ବରଗଡ଼ ସମ୍ବଲପୁର କଥା ଛାଡ଼ନ୍ତୁ, ପ୍ରଥମେ ଆପଣ ପାରିବେ ଯଦି ରୋହିତ ବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପଚାରନ୍ତୁ,5 T ( ଫାଇପ ଟି ) ସେକ୍ରେଟାରୀ ଭଳି ଗୁରୁ ଦାୟିତ୍ୱ ପାଇଁ ଓଡିଶା ଓ ଓଡ଼ିଆ କୁ ବୁଝି ପରିବା ଗୋଟିଏ ବି ଓଡ଼ିଆ ଆଇ.ଏ.ଏସ. ଅଧିକାରୀ ଙ୍କୁ କାହିଁକି ଦାୟିତ୍ୱ ଦିଆ ନ ଯାଇ ଜଣେ ଅନ୍ୟ ରାଜ୍ୟ ର ଅଣଓଡ଼ିଆ ଅଧିକାରୀଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି l
ବି.ଜେ.ପି. ନେତୃବର୍ଗ ବି.ଜେ.ଡି. ଜିଲ୍ଲା ସଭାପତି ଶ୍ରୀ ପୂଜାରୀ ଙ୍କୁ ପ୍ରଶ୍ନ କରିଛନ୍ତି ଯେ, ନିଜେ ତ କଂଗ୍ରେସ ରେ ଥିଲେ, ଯେଉଁ ଦଳ କି ସମାଜ ରେ ନେତା ର ପରିଚୟ ଦେଇଥିଲା l ସେହି କଂଗ୍ରେସ କୁ ପରିତ୍ୟାଗ କରି ବି.ଜେ.ଡି. ରେ ସାମିଲ ହେଲେ l ତାହେଲେ କଣ ଓଡିଶା ରାଜ୍ୟ ରେ ବି.ଜେ.ଡି. ଦଳ ଦୁର୍ବଳ ଥିଲା ଯେ ଆପଣ ସବଳ କରିବା ପାଇଁ ଆସିଥିଲେ l ତେଣୁ, ବି.ଜେ.ପି. ନେତୃବର୍ଗ ପ୍ରକାଶ କରିଛନ୍ତି ଯେ, କାହାକୁ ଆକ୍ଷେପ ଓ କୁତ୍ସାରଟନା କରିବା କରିବା ଆଗରୁ ନିଜଉପରେ ନଜର କରନ୍ତୁ ଶ୍ରୀ ପୂଜାରୀ l
ନେତୃବର୍ଗ ଆହୁରି କହୁଛନ୍ତି ଯେ,ବି.ଜେ.ଡି. ର କିଛି ନେତା ଦାବୀ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ ବିଧାନସଭା ନିର୍ବାଚନ ରେ ସମ୍ବଲପୁର ରୁ ପ୍ରାର୍ଥୀ ହୁଅନ୍ତୁ l ତେଣୁ, ବି.ଜେ.ଡି. ଜିଲ୍ଲା ସଭାପତି ଶ୍ରୀ ରୋହିତ ପୂଜାରୀ ଭାରତୀୟ ଜନତା ପାର୍ଟି କୁ ଆକ୍ଷେପ ଓ କଟାକ୍ଷ କରିବା ପୂର୍ବରୁ ଥରେ ନିଜ କଥା ତଥା ନିଜ ଦଳ ବିଜୁ ଜନତା ଦଳ କଥା ଥରେ ନଜର ଦିଅନ୍ତୁ ବୋଲି ବିଜେପି ନେତୃବର୍ଗ ପରାମର୍ଶ ଦେଇଛନ୍ତି ଓ ପ୍ରକାଶ କରିଛନ୍ତି ଯେ, ବି.ଜେ.ପି. ଦଳ ଏକ ଭାରତ ଶ୍ରେଷ୍ଠ ଭାରତ ଉପରେ ବିଶେଷ ଗୁରୁତ୍ୱ ଦିଏ ଏବଂ ନେତୃତ୍ୱ, ଭାଷା, ଅଂଚଳ, ଜାତି ଆଧାର ରେ ନୁହେଁ ଯୋଗ୍ୟତା ଏବଂ ରାଷ୍ଟ୍ର ପ୍ରତି ନିଷ୍ଠା ଆଧାର ରେ ନେତୃତ୍ୱ ନିର୍ମାଣ ରେ ବିଶ୍ୱାସ କରେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ