ରାସ୍ତା ଘାଟର ଦୁର୍ଦିନ ଅବସ୍ଥା ଭିତରେ ଆୟୋଜନ ହେବ ଗୋବିନ୍ଦତୋଲା-ଧନୁପାଲି ଶାରଦୀୟ ଉତ୍ସବ

ସମ୍ବଲପୁର:ଗୋବିନ୍ଦତୋଳା ଦୁର୍ଗାପୂଜା ର ଆୟୋଜନ ଆଜି ହୋଇଗଲାଣି ୫୫ ବର୍ଷ l 1969 ମସିହା ରେ କିଛି ପାଠ ପଢୁଆ ଯୁବକ ଏହି ମାଁ ଭୁବନେଶ୍ୱରୀ ଙ୍କୁ ପୀଠ ରେ ପୂଜା କରିବାକୁ ସଂକଳ୍ପ ନେଇଥିଲେ l ସେଭିତରେ ଥିଲେ ସମଲେଇ ଶର୍ମା, ରବି ନାରାୟଣ ସିଂ, ଆଶୁତୋଷ ପାଣିଗ୍ରାହୀ, ମୁରାରୀ ଶୁକ୍ଲା, ରବି ପୁରୋହିତ, ପ୍ରଭାତ ସ୍ୱାଇଁ ( ନିଲୁ ),ପବିତ୍ର ତ୍ରିପାଠୀ, ମାର୍କଣ୍ଢ ପ୍ରଧାନ,ମେଦିନୀ ପାଣ୍ଡେ ଭଳିଆ କିଛି ଯୁବ ସାଥି l ନିଜ ହାତରେ ଗାତ ଖୋଳି ମଣ୍ଡପ ତିଆରି କରି ସାଜସଜ୍ଜା କରୁଥିଲେ ସେମାନେ l ସେତେବେଳେ ବାଦ ପାଲା, ଦାସକାଠିଆ, ଦୂଲଦୁଲି, ଦଣ୍ଡ, ନାଟକ ଥିଲା ମୁଖ୍ୟ ଆକର୍ଷଣ l ସମୟ ସାଥି ରେ ଅନେକ ପରିବର୍ତ୍ତନ ହୋଇଯାଇଛି l ଏବେ ସାଜସଜ୍ଜା ବିଶାଳ ତୋରଣ ଓ ଲାଇଟ ସାଜସଜ୍ଜା ଉପରେ ବେଶି ଗୁରୁତ୍ୱ ଦିଆଯାଉଛି l
ଏବର୍ଷ ଗୋବିନ୍ଦତୋଳା ବହୁ ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରି ଆୟୋଜନ କରୁଛି ଦୁର୍ଗାପୂଜା l ଘର ଓ ଦୋକାନ ଭଙ୍ଗା, ରାସ୍ତା ପ୍ରଶସ୍ତିକରଣ ର ଅଧାପନ୍ତରିଆ କାର୍ଯ୍ୟ, ପାଣି ପାଇପ ଫାଟି ରାସ୍ତା ଉପରେ ବୋହୁଥିବା ସମସ୍ୟା, ଗଛ କଟା ପରି ଅନେକ ସମସ୍ୟା ସୃଷ୍ଟି ହୋଇ ସାଙ୍ଘାତିକ ପରିସ୍ଥିତି ଥିବା ବେଳେ, ବାଧ୍ୟ ହୋଇ ପ୍ରତିକୂଳ ପାରିସ୍ଥିତି କୁ ସାମ୍ନା କରି ଶାରଦୀୟ ଦୁର୍ଗାପୂଜା ର ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି l ଏବର୍ଷ ସଭାପତି ପ୍ରଦୀପ ପାଢ଼ୀ (ଟୁନା),ସମ୍ପାଦକ ଶୁଭମ ମହାପାତ୍ର, କୋଷାଧକ୍ଷ ବାଙ୍କବିହାରୀ ପଣ୍ଡା ଦାୟିତ୍ୱ ନେଇ ଥିବାବେଳେ ଯୁବକ ସାଥି ଙ୍କୁ ନେଇ ଦୁର୍ଗାପୂଜା ର ଆୟୋଜନ କୁ ସଫଳ କରିବା ପାଇଁ ଅଣ୍ଟା ଭିଡିଛନ୍ତି l ପୂଜା କର୍ତ୍ତା ଦାୟିତ୍ୱ ରେ ଅଛନ୍ତି ଦାଶରଥି ପଣ୍ଡା, ପୂଜକ ଦାୟିତ୍ୱ ରେ ଜଗଦିଶ ଦାସ ଥିବାବେଳେ ଚଣ୍ଡୀ ପାଠ କରିବେ ଅଶୋକ ପଣ୍ଡା l ଚକୁଳି ଫାର୍ମ (ବରଗଡ଼ ଜିଲ୍ଲା ) ର ଆଦିତ୍ୟ ନାୟକ ଓ ତାଙ୍କରି ସହଯୋଗୀ ମାନେ ମାଁ ଙ୍କର ପ୍ରତିମା କୁ ଆକର୍ଷଣୀୟ କରି ରୂପ ଦେବାର ଦାୟିତ୍ୱ ସମ୍ପାଦନ କରୁଛନ୍ତି l ଗୌରୀ ଶଙ୍କର ପଣ୍ଡା, ରଂଜିତ ରଥ ଓ ଦୀପକ ପଣ୍ଡା ମଣ୍ଡପ ରେ ମାଁ ଭୁବନେଶ୍ୱରୀ ଙ୍କର ପୂଜା ସମ୍ପାଦକ ଦାୟିତ୍ୱ ରେ ରହିଛନ୍ତି l ଏବର୍ଷ ଅକ୍ଟୋବର ୨0 ରୁ ୨୫ ଯାଏ ଆୟୋଜନ ହେବାକୁ ଥିବା ଏହି ଶାରଦୀୟ ପୂଜା ରେ ୨୧ ତାରିଖ ମାଆ ଭଉଣୀ ମାନଙ୍କର ଭାଇଜୁଇନ୍ତିଆ ପର୍ବ ଦେବୀ ମଣ୍ଡପ ରେ ମହାସମାରୋହ ରେ କରାଯିବାର କାର୍ଯ୍ୟକ୍ରମ ରହିଛି l ଏବର୍ଷ ର ବ୍ୟୟ ଅଟକଳ ୩0 ଲକ୍ଷ କରାଯାଇଛି l
ଏବର୍ଷ ଦୁର୍ଗାପୂଜା ଭସାଣି ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ର ରୋକ ଆୟୋଜନ କମିଟି କୁ ନିରାଶ କରିଛି l ସେ ଯାହାବି ହେଉ ସମ୍ପୂର୍ଣ୍ଣ ବିପରୀତ ପାରିସ୍ଥିତି ରେ ଆୟୋଜିତ ହେଉଥିବା ଗୋବିନ୍ଦତୋଳା ଦୁର୍ଗାପୂଜା ରେ ଏବର୍ଷ ଶୋଭା ପାଇବ ଷାଠିଏ ଫୁଟ ଉଚ୍ଚ ର ମନ୍ଦିର ଆକୃତି ର ତୋରଣ, ଯାହାକୁ ଶେଷ ସ୍ୱର୍ଶ ଦେବାର କାର୍ଯ୍ୟରତ ଅଛନ୍ତି ଖାତି, ମିଦନାପୁର, ପଶ୍ଚିମବଙ୍ଗ ର ସୁକୁମାର ଖଟୁଆ ଓ ତାଙ୍କର କାରିଗର ସାଥି l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶୋଭାପାଇବ ପ୍ରାୟ ଏକ କିଲୋମିଟର ରାସ୍ତା ରେ ଲାଇଟ ତୋରଣ ଓ ସଜାସଜ୍ଜା l ସେଥିରେ ରହିଛି ଛଅ ଟି ସୁଉଚ୍ଚ ଲାଇଟ ତୋରଣ l
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆକର୍ଷଣୀୟ ଲଟେରୀ ର ବ୍ୟବସ୍ଥା କରାଯାଇଛି l ଯେଉଁଥିରେ ସ୍ଥାନିତ ହୋଇଛି ଛଅ ଟି ମୋଟର ସାଇକେଲ l ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ନିରପେକ୍ଷ ପରିଚାଳନା ପାଇଁ ପ୍ରସିଦ୍ଧ ଏହି ଗୋବିନ୍ଦତୋଳା ଲଟେରୀ ଦୀର୍ଘ ବର୍ଷ ହେଲା ସଫଳତା ର ସହ ଆୟୋଜିତ ହୋଇ ଆସୁଛି ବୋଲି ପ୍ରକାଶ କରିଛନ୍ତି ଦୁର୍ଗାପୂଜା କମିଟି ର ମିଡ଼ିଆ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ l