Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

ସମ୍ବଲପୁର:ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ବିଜୁ ସେବା କେନ୍ଦ୍ର ଦ୍ବାରା ଜମନକିରା ଠାରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ପୂର୍ବତନ ଏସଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସୁଜାତା ଖୁଣ୍ଟିଆ ଉଦ୍ଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ଜମନକିରା ବ୍ଲକ ର ସମସ୍ତ ପଞ୍ଚାୟତ ରୁ ବିଜୁ ଜନତା ଦଳ ର କର୍ମକର୍ତ୍ତା ଏବଂ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସର ରେ ଏକ ସାଧାରଣ ସଭା ଅନୁଷ୍ଠତ ହୋଇଥିଲା। ଏହି ସଭା ରେ କେନ୍ଦୁପତ୍ର କଲ୍ୟାଣ ବୋର୍ଡ ର ଉପଦେଷ୍ଟା ଶ୍ରୀ ସଞ୍ଜିତ ମହାନ୍ତି ଅତିଥି ଭାବେ ଯୋଗଦାନ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣକାରି ଯୋଜନା ବିଷୟ ରେ ଅବଗତ କରାଇଥିଲେ। ବ୍ଲକ୍ ଅଧ୍ୟକ୍ଷ ଭୁବନେଶ୍ବର କିଶାନଙ୍କ ସମେତ ବହୁତ ବରିଷ୍ଠ ଓ ନବାଗତ ଦଳିୟ ନେତା ଓ କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories