Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଲଭର ସିଟି ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ବ୍ରହ୍ମପୁର କଳାକାର ପୁରସ୍କୃୁତ

ବ୍ରହ୍ମପୁର: ନବକିଶୋର ଦାସ କ୍ରିଏସନ୍ ପ୍ରସ୍ତୁତି ତ୍ରୁତୀୟ ସିଲ୍ଭର ସିଟି ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ : ୨୦୨୩ ଅବସରରେ ଦକ୍ଷିଣ ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର କିଛି କଳାକାର କଟକ ସ୍ଥିତ ଶତାବ୍ଦୀ ଭବନ ଠାରେ ପୁରଷ୍କୃତ ହୋଇ ରେଶମ ନଗରୀର ଗୌରବ ଅଭିବ୍ରୁଦ୍ଧି ଘଟାଇବାରେ ସହାୟତା କରିଛନ୍ତି। ଏନ୍. କେ. ଡି କ୍ରିଏସନ୍ ଅଧ୍ୟକ୍ଷ ନାଟ୍ୟକାର ନବ କିଶୋର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରଷ୍କାର ବିତରଣୀ ଉତ୍ସବରେ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ସାଂସଦ ପ୍ରଶାନ୍ତ ନନ୍ଦ ମୁଖ୍ଯ ଅତିଥି, ଓଡିଶା ଚଳଚ୍ଚିତ୍ର ନିଗମ ଅଧ୍ଯକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ ମୁଖ୍ଯ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବସନ୍ତ ସାହୁ, ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଓଡିଶା ଚଳଚ୍ଚିତ୍ର ଜଗତର ଯଥାର୍ଥ ବିକାଶ ଘେନି ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ସହ ସୁହାନୀ କ୍ରିଏସନ୍ ନିବେଦିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଲୋଡା ମଣିଷ’ ପାଇଁ ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ ସୀମାନ୍ତ ନଟରାଜ ଡା ତିରୁପତି ସାହୁ ଏବଂ ସ୍ବରଚିତ ଭଜନ ‘ଅନ୍ଧ ମୁହିଁ ପ୍ରଭୁ’ ପାଇଁ ସ୍ବର ବିବୁଧ ରମେଶ ଚନ୍ଦ୍ର ସ୍ବାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, କରୁଣାକର ସେଠୀ ଶ୍ରେଷ୍ଠ କଣ୍ଠଶିଳ୍ପୀ, ଚିଠି ଚଳଚ୍ଚିତ୍ର ପାଇଁ ଗଙ୍ଗାଧର ଦାଶ ଶ୍ରେଷ୍ଠ ଅଭିନେତା ଓ ସଂଜ୍ଞା ସମାହିତ ପାଢୀ ଶ୍ରେଷ୍ଠ ସଂଯୋଜକ/ବେଷ୍ଟ୍ ଏଡିଟିଂ ଆଓ୍ବାର୍ଡ ଏବଂ ନାଟ୍ୟକାର ତ୍ରିପତି ନାୟକ ରଚିତ ‘ଝୁରୁଛି ମାଉସୀ ମା’ ଭଜନରେ ଅଭିନୟ କରି ରଶ୍ମିତା କୁମାରୀ ଦଳାଇ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ପୁରଷ୍କୃତ ହୋଇଥିଲେ। ବ୍ୟଙ୍ଗକବି ଡକ୍ଟର ଧର୍ମଛଡା କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବାଗତ ଭାଷଣ ଓ ସମାପ୍ତିରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ପୁରଷ୍କୃତ କଳାକାର ମାନଙ୍କୁ ସ୍ଥାନୀୟ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଥିବା ପରିଲକ୍ଷିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ