Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୁର୍ଲା ବନ୍ଦ ସଫଳ

ସମ୍ବଲପୁର :ଅଭୂତପୂର୍ବ ବୁର୍ଲା ବନ୍ଦ ସଫଳ ହୋଇଛି।ବୁର୍ଲା ସହରରେ ବେଆଇନ୍ ଉଛେଦ ପ୍ରକ୍ରିୟା କୁ ବନ୍ଦ କରିବା ଏବଂ ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବୁର୍ଲା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବୁର୍ଲା ବନ୍ଦ ଡାକରା ଦିଆଯାଇଥିଲା l.ସହରରେ ଏପରି ବନ୍ଦ କେବେ ଦେଖାଯାଇ ନଥିଲା ଲୋକେ ସ୍ୱତଃ ପ୍ରବୃତ୍ତ ଭାବେ ବାହାରି ବନ୍ଦ ରେ ସାମିଲ ହୋଇ ଥିଲେ l ସମସ୍ତ ଦୋକାନ ବଜାର ,ସ୍କୁଲ କଲେଜ, ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥା ସବୁ ବନ୍ଦ ଥିଲା l ଏହି ବନ୍ଦ ରେ ମେଡିସିନ ଦୋକାନ ଭି ନିଜେ ବନ୍ଦ କରିଥିଲେ l ବସ୍, ଅଟୋ ଗାଡି ମୋଟର ସବୁ ବନ୍ଦ ଥିଲା,ସନ୍ଧ୍ୟାରେ ସ୍ଥାନୀୟ ଦୀନଦୟାଲ ମାର୍କେଟ ରେ ସମସ୍ତେ ଜମା ହୋଇ ସଭା କରିଥିଲେ l ବୁର୍ଲା ସହରରେ ବେଆଇନ୍ ଉଛେଦ ପ୍ରକ୍ରିୟା କୁ ବନ୍ଦ କରିବା ଏବଂ ସ୍ଥାୟୀ ପଟ୍ଟା ସକାଶେ ବ୍ୟାପକ ଆନ୍ଦୋଳନ କରିବାକୁ ସ୍ଥିର ହେବା ସହିତ ବୁର୍ଲା ବାସୀ ସମସ୍ତ ନିର୍ବାଚନ କୁ ବର୍ଜନ ସକାଶେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ବହୁ ସଂଖ୍ଯାରେ ବୁର୍ଲା ର ସମସ୍ତ ଦଳ ଓ ନାଗରିକ ଉପସ୍ଥିତ ଥିଲେ।