Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲିଙ୍ଗୀ ବିବାହକୁ ମିଳିଲାନି ସ୍ଵୀକୃତି, ବିବାହ ମୌଳିକ ଅଧିକାର ନୁହେଁ; ସୁପ୍ରିମକୋର୍ଟଙ୍କ ୧୦ ବଡ଼ ପଏଣ୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ଵୀକୃତି ଦେବା ଦାବିରେ ଦାଖଲ ଆବେଦନ ଉପରେ ଲମ୍ବା ଶୁଣାଣି ପରେ ମଙ୍ଗଳବାର ନିଷ୍ପତ୍ତିର ଦିନ ଥିଲା। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଣି ସମୟରେ ଲମଲିଙ୍ଗୀ ସଂପର୍କର ମାନ୍ୟତାକୁ ନେଇ ଅନେକ ସକରାତ୍ମକ ଟିପ୍ପଣୀ ମଧ୍ୟ କରିଛନ୍ତି। ଏହାକୁ ନେଇ କୁହାଯାଉଥିଲା ଯେ, ସର୍ବୋଚ୍ଚ ନ୍ୟାୟାଳୟରୁ କୌଣସି ବଡ଼ ନିଷ୍ପତ୍ତି ଆସିପାରେ। ମାତ୍ର ସୁପ୍ରିମକୋର୍ଟ ସିଧାସଳଖ କୌଣସି ନିର୍ଣ୍ଣୟ ଦେଇ ନାହାନ୍ତି ଓ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵାଧୀନ ପୀଠ କହିଛନ୍ତି, ନା ଆମେ ଏହା ଉପରେ ଆଇନ କରି ପାରିବୁ ନା ସରକାରଙ୍କୁ ଏଥିପାଇଁ ଚାପ ପକାଇ ପାରିବୁ। ହେଲେ କୋର୍ଟ ସମଲିଙ୍ଗୀ ବିବାହକୁ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରି ସମର୍ଥନ ଜଣାଇଛନ୍ତି।

୧ – ଅଦାଲତ ସ୍ପଷ୍ଟ କହିଛନ୍ତି ଯେ, ବିବାହ ଏକ ମୌଳିକ ଅଧିକାର ନୁହେଁ। ଯଦି ଦୁଇ ଲୋକ ବିବାହ କରିବାକୁ ଚାହାନ୍ତି ତେବେ ଏହା ସେମାନଙ୍କର ବ୍ୟକ୍ତିଗତ ମାମଲା ଓ ସେମାନେ ସଂପର୍କରେ ରହି ପାରିବେ। ଏଥିପାଇଁ କୌଣସି ସମସ୍ୟା ନାହିଁ। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ଆଇନ ତିଆରି କରିବାର କାମ ସରକାରଙ୍କ। ଆମେ ସଂସଦକୁ ଆଦେଶ ଦେଇ ପାରିବୁ ନାହିଁ। ଏଥିପାଇଁ ଏକ କମିଟି ଗଠନ କରାଯାଇ ନିଶ୍ଚୟ କରିବା ଉଚିତ୍ ଯେ, କେମିତି ଏହି ବର୍ଗକୁ ଅଧିକାର ମିଳି ପାରିବ।

୨ – ପ୍ରଧାନ ବିଚାରପତି କହିଛନ୍ତି, କୌଣସି ବି ବ୍ୟକ୍ତିଙ୍କୁ ତାର ସାଥୀ ଚୟନ କରିବାର ଅଧିକାର ରହିଛି। ମାତ୍ର ଆମେ ଏଥିପାଇଁ ଆଇନ ତିଆରି କରି ପାରିବୁ ନାହିଁ। ସୁପ୍ରିମକୋର୍ଟ ଆଇନର ବାଖ୍ୟା ନିଶ୍ଚୟ କରି ପାରିବ।

୩ – ଜଷ୍ଟିସ କୌଲ କହିଛନ୍ତି, ସମଲିଙ୍ଗୀ ଓ ବିପରୀତ ଲିଙ୍ଗ ବିବାହକୁ ସମାନ ପ୍ରକାର ଦେଖିବା ଉଚିତ୍। ଏହା ଏକ ଐତିହାସିକ ସୁଯୋଗ, ଯେଉଁଠି ଅନ୍ୟାୟ ଓ ଭେଦଭାବକୁ ସମାପ୍ତ କରିବା ଉଚିତ୍। ସରକାରଙ୍କୁ ଏହି ବର୍ଗର ଲୋକଙ୍କୁ ଅଧିକାର ଦେବା ଉପରେ ବିଚାର କରିବା ଉଚିତ୍।

୪ – ପ୍ରଧାନ ବିଚାରପତି କହିଛନ୍ତି, କେନ୍ଦ୍ର ସରକାରଙ୍କୁ ଏକ କମିଟି ଗଠନ କରିବା ଉଚିତ୍ୱ। ଏହାର ମୁଖ୍ୟ କ୍ୟାବିନେଟ୍ ସଚିବ ରହିବା ଉଚିତ୍। ଏହି କମିଟି ସମଲିଙ୍ଗୀ ଦମ୍ପତ୍ତିଙ୍କ ଅଧିକାର ଉପରେ ବିଚାର କରିବେ। ଏମାନଙ୍କୁ ରାସନ କାର୍ଡ, ପେନସନ, ଉତ୍ତରାଧିକାରୀ ଓ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ଦେବା ଉପରେ ବିଚାର କରାଯିବା ଉଚିତ୍।

୫ – କୋର୍ଟ ଏହା ମଧ୍ୟ କହିଛନ୍ତି, ସମଲିଙ୍ଗୀଙ୍କ ପାଇଁ ହଟ୍ ଲାଇନ୍ ହେବା ଉଚିତ୍। ଏହା ଉପରେ ସେମାନଙ୍କ ସମସ୍ୟାର ସମାଧାନ କରାଯିବା ଉଚିତ୍।

୬ – ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯଦି ସମଲିଙ୍ଗୀ ଲୋକ ବିବାହ କରିବାକୁ ଚାହାନ୍ତି ତେବେ ସେମାନେ ସ୍ଵତନ୍ତ୍ର ବିବାହ ଆଇନ ଆଧାରରେ ପଞ୍ଜୀକରଣ କରି ପାରିବେ। ଏଥିପାଇଁ ସୁରକ୍ଷିତ ଘର ମଧ୍ୟ କରିବା ଉଚିତ୍।

୭ – କୋର୍ଟ ଏହା ମଧ୍ୟ କହିଛନ୍ତି, ସମଲିଙ୍ଗୀ ଦମ୍ପତ୍ତିଙ୍କୁ ବିବାହ ମାନ୍ୟତା ନ ଦେବା ପରୋକ୍ଷରେ ସେମାନଙ୍କ ଅଧିକାରର ଉଲ୍ଲଂଘନ।

୮ – ସମଲିଙ୍ଗୀ ଦମ୍ପତ୍ତି ପୋଷ୍ୟ ସନ୍ତାନ ଗ୍ରହଣ କରି ପାରିବେ।

୯ – ସମଲିଙ୍ଗୀ ବିବାହକୁ ଆଇନଗତ ସ୍ଵୀକୃତି ମିଳିବା ଉଚିତ୍ କି ନାହିଁ କିମ୍ବା ଏହା ଉପରେ ସ୍ଵନ୍ତ୍ର ଆଇନ ହେବା ଉଚିତ୍ କି ନାହିଁ ଏହା ଉପରେ ନିଷ୍ପତ୍ତି ନେବାର ଅଧିକାର ସଂସଦ ଉପରେ ରହିଛି। ଆମେ ସଂସଦକୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ। ସମଲିଙ୍ଗୀ ବିବାହ କରିଥିବା ଦମ୍ପତ୍ତିକୁ ସୁରକ୍ଷା ଦେବା ଏବଂ ସେମାନଙ୍କର ମୌଳିକ ଅଧିକାର ସୁନିଶ୍ଚିତ କରିବାର ଦାୟିତ୍ଵ କେନ୍ଦ୍ର ସରକାରଙ୍କର।

୧୦ – ପ୍ରଧାନ ବିଚାରପତି କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମଲିଙ୍ଗୀ ବିବାହକୁ କୌଣସି ସାମାଜିକ କିମ୍ବା ଆଇନଗତ ସ୍ଵୀକୃତି ପ୍ରଦାନ କରିବ ନାହିଁ। ମାତ୍ର ଏହା ନିଶ୍ଚୟ ସ୍ଥିର କରାଯିବ ଯେ, ସେହି ବର୍ଗର ଲୋକଙ୍କୁ ମଧ୍ୟ ଅନ୍ୟ ଲୋକଙ୍କ ପରି ସମାନ ଅଧିକାର ମିଳିବ।

More Stories