Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ; ହ୍ୱାଟସ୍ଅପ ମେସେଜରୁ ମିଳିଲା ସୁରାକ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ। ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଆଜେକ୍ସ ମୃତ୍ୟୁ ମାମଲାରେ ପୋଲିସ ଏଯାଏ ଠୋସ୍‌ ପ୍ରମାଣ ମିଳିନଥିବା ବେଳେ ନୂଆ ଦୁରାକ୍‌ ଲାଗିଛି ପୋଲିସ ହାତରେ। ହ୍ୱାଟସ୍ଅପ ମେସେଜରୁ ମିଳିଲା ସୁରାକ। ସୂଚନା ଅନୁଯାୟୀ ଆଜେକ୍ସ ଜଣେ ନୁହେଁ, ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ତିନି ଜଣଯାକ ଯୁବତୀ ଏହା ଜାଣିବା ପରେ ଏକାଠି ହୋଇ ଆଜେକ୍ସଙ୍କ ଅସଲ ଚେହେରା ପଦାରେ ପକାଇବାକୁ ପ୍ଲାନ କରିଥିଲେ। ସେଥିପାଇଁ ତିନି ଜଣ ମିଶି ଏକ ହ୍ୱାଟ୍ସଅପ ଗ୍ରୁପ ତିଆରି କରିଥିଲେ।

ପୋଲିସ ଡିଜେ ଆଜେକ୍ସ ମୃତ୍ୟୁ ମାମଲାର ଏବେ ବି ତଦନ୍ତ ଜାରି ରଖିଛି।  ମୃତ୍ୟୁର କାରଣ ଏବେ ବି ଖୋଜି ପାଉନି ପୋଲିସ । ପ୍ରେମ ପ୍ରତାରଣା ଯୋଗୁ ଆଜେକ୍ସଙ୍କ ମୃତ୍ୟୁ ହୋଇଛି ନାଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଏହି ହ୍ୱାଟ୍ସଅପ ଗ୍ରୁପ ମୃତ୍ୟୁର ଆଉ ଏକ ଦିଗ ଉନ୍ମୋଚନ କରିଛି।

ଏହା ପୂର୍ବରୁ ପୋଲିସ ହାତରେ ଲାଗିଥିଲା ତାଙ୍କ ବାନ୍ଧବୀ ଜିଜ୍ଞାସା ଓ ଆଜେକ୍ସଙ୍କ ମଧ୍ୟରେ ହୋଇଥିବା ୧୭ ସେକେଣ୍ଡର ଫୋନ କଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ