Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାର୍ଶଲ ଆର୍ଟ ତାଲିମ ଶିବିର

ସମ୍ବଲପୁର(କୁଚିଣ୍ଡା):ବଡମାଲ ପଞ୍ଚାୟତ ଆବାସିକ ଉଚ୍ଚ ବିଦ୍ୟାଳୟ ଟାଙ୍ଗରାଣୀରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ଦିନଠାରୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଓ ଅନ୍ୟ ଅସହାୟ / ବିପଦଗ୍ରସ୍ତ ବ୍ୟକ୍ତି ବିଶେଷଙ୍କ ଓ ଆବଶ୍ୟକସ୍ଥଳେ ଦେଶସେବା ବା ଦେଶର ସୁରକ୍ଷା ପାଇଁ ସହାୟତା ବା ଲଢେଇ କରିବାପାଇଁ ମାର୍ଶାଲ ଆର୍ଟ ତାଲିମ ପ୍ରଶିକ୍ଷଣ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବି ଆର୍ ଜି କଲେଜ୍ ଭୋଜପୁରର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପ୍ରତାପ କୁମାର ମହାକୁଡ଼, ସଭାପତି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ବୃନ୍ଦାବନ ମାଝି ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲାଇକେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଶ୍ରୀ ବୀରେନ୍ଦ୍ର ସାହୁ , ସହକାରୀ ଶିକ୍ଷକ ଶ୍ରୀ ହରେକୃଷ୍ଣ ନାୟକ, ଶ୍ରୀ ମାନସରନ୍ଜନ ପଟେଲ ଓ ଶ୍ରୀ ପ୍ରମୋଦ କୁମାର ସାହୁ , ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କୋଚ୍ ଭାବରେ ହରିଆନା ନିବାସି ଗ୍ରାଣ୍ଡ ମାଷ୍ଟର ଅଭୟ କରନଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ଆରମ୍ଭ କରାଯାଇଛି। ଏହି ମାର୍ଶାଲ ଆର୍ଟ ତାଲିମ ବହୁତ ଚିତ୍ତାକର୍ଷକ, ଉତ୍ସାହ ଜନକ , ଉଦ୍ଘୋସଜନକ ପ୍ରେରଣା ଦାୟି ହୋଇଛି। ଏଠାରେ ମୂଖ୍ୟ ଅତିଥି ଶ୍ରୀ ମହାକୁଡ଼, ପରିଚାଳନା କମିଟିର ସଭାପତି ଶ୍ରୀ ମାଝୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିରେନ ସାହୁ ଓ ପ୍ରଶିକ୍ଷକ ଶ୍ରୀ କରନ୍ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସ୍ମାର୍ଟ, ବିଚକ୍ଷଣ ବୌଦ୍ଧିକ , ମାନସିକ , ଶାରିରୀକ କ୍ଷେତ୍ରରେ ବିକାଶ ହୋଇପାରିବ ବୋଲି କହିଥିଲେ।