କଳାହାଣ୍ଡି, ୧୮/୧୦ (ଜଗନ୍ନାଥ ନାଏକ) : ପଶ୍ଚିମ ଓଡ଼ିଶାରେ ୯ ଟି ରାପର୍ ମିଶି ଗୋଟେ ଗୀତ ପ୍ରସ୍ତୁତ କରିଛନ୍ତି, ଗୀତ ର ନା ଷ୍ଟ୍ରୀଟ୍ ଗେଙ୍ଗ ସାଇପର୍ ( Street Gang Cypher). ଏହି ଗୀତ ଓଡ଼ିଶା ତଥା ବାହାର ରାଜ୍ୟ ରେ ମଧ୍ୟ ଚହଳ ସୃଷ୍ଟି କରୁଛି । ଯେମିତି ମୁମ୍ବାଇ ଦିଲ୍ଲୀ ରେ ତଥା ଓଡ଼ିଶା ବାହାରେ ହୀପ୍ ହପ୍ ସଂସ୍କୃତି ବଢ଼ି ସାରିଛି। ସେମିତି ଓଡ଼ିଶା ରେ ମଧ୍ୟ ଏହି ୪_୫ ବର୍ଷ ରେ ହିପ୍ ହପ ସଙ୍ଗୀତ ବଢ଼ି ଚାଲିଛି ।ଗୀତର ସଙ୍ଗୀତ ଭି ଡୀ ଜେ ସତ୍ୟରାଜ ଙ୍କ ଦ୍ୱାରା ତିଆରି କରାହେଇଛି ଓ ଗୀତ ଭିଡିଓର ମୁଖ୍ୟ ଭୂମିକାରେ ୯ ରାପର୍ ନିଜ କଳା ଏବଂ ନିଜ ଭାଷାକୁ ଗୀତ ମାଧ୍ୟମ ରେ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରିଛନ୍ତି। ଏହା ବହୁ ମାତ୍ରା ରେ ଲୋକମାନଙ୍କ ମନ କୁ ଭଲ ଲାଗି ଚାଲିଛି । ଏଥିରେ ଭବାନୀପାଟଣା ର ଏମ୍ ଡି ମହାଦେବ , ଜୁନାଗଡ଼ ର ଭି ଡି ଜେ ସତ୍ୟରାଜ ଆଉ କଳାହାଣ୍ଡି ର ପ୍ରଥମ ରାପର୍ ଜେ ଡି କାକା ମଧ୍ୟ କଳା ପ୍ରଦର୍ଶନ କରିଛନ୍ତି ତଥା ବରଗଡ଼ର ରାପର ସିଡ, ବଲାଙ୍ଗୀର ଏନ୍ ଆର୍ ମାଲିକ, ଛତିଶଗଡର ନାମୀଦାମୀ ଆକାଶ ପ୍ରଧାନ,କଳାହାଣ୍ଡି ଜୁନାଗଡ଼ ର ରୁଦ୍ରାକ୍ଷ, ରାକେଶ ୟୁନିକ୍ ଏଵଂ ଟିଟିଲାଗଡ଼ର ରାପ୍ ବେନୋମ୍ ମଧ୍ୟ ନିଜ କଳା ପ୍ରଦର୍ଶନ କରିଛନ୍ତି । ୯ ଟି ରେପର ର ସବୁ ଅଲଗା ଅଲଗା ଭାଇବ ସତେ ଯେମିତି ଗୋଟେ ସଙ୍ଗୀତ ୯ ଟି ଗୀତ । ଚର୍ଚ୍ଚା ରେ Street gang Cypher । ଏହି ପ୍ରୋଜେକ୍ଟ୍ ଏମ୍ ଡି ମହାଦେବ ଙ୍କ ୨ ବର୍ଷ ପୁରୁଣା ସ୍ବପ୍ନ ଥିଲା ଓ ଏହାକୁ ଏମ୍ ଡି ମହାଦେବ ନିଜ ଅଞ୍ଚଳର ରେପର୍ ମାନଙ୍କୁ ଜଣାଇ ନିଜ ସାଙ୍ଗେ କୋଲା ବୋରେସନ୍ କରିଛନ୍ତି । ଏନ୍ ଆର୍ ମାଲିକ୍ ନିଜେ ଗୀତ ର ହୁକ୍ ଲାଇନ୍ ତିଆରି କରିଛନ୍ତି ,ଗୀତରେ ଭିଡିଓ ଗ୍ରାଫି ଭବାନୀପାଟଣା ସଂଜୀତ ମିଶ୍ର ଓ ଏହା ଏମ୍ ଡି ମହାଦେବ ଙ୍କ ୟୁଟୁ ବ୍ ରେ ଗତ ୧୫ ଅକଟୋବର ୨୦୨୩ ରେ ଛଡ଼ା ଯାଇଛି । ଏହା ଖାଲି ସାଇପର ନୁହ ଏହା ସମ୍ବଲପୁରୀ ଜଗତରେ ଗୋଟେ ଇତିହାସ ମନାଜିବ ।
ଚର୍ଚ୍ଚା ରେ ଷ୍ଟ୍ରିଟ ଗ୍ୟାଙ୍ଗ ସାଇପର ୯ ଜଣ ରେପର୍ ଦ୍ୱାରା ପ୍ରସ୍ତୁତ କଳା
