Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣ୍ଡ କୋଷ କୁ ଛେଚି ହତ୍ୟା ମଦ ବ୍ୟବସାୟୀ ଙ୍କ ରାଗ ବୋଲି ସନ୍ଦେହ।

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ଦନେଇପୁର ମାହାଲିସାହି ଗାଁ ନିକଟରୁ ଜଣେ ବ୍ଯକ୍ତି ଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତବ୍ଯକ୍ତି ଜଣକ ସ୍ଥାନିୟ ନିଉଦାନି ଗାଁ ର ହିମାଂଶୁ ପାତ୍ର ହୋଇଥିବା ପରିବାର ଲୋକେ ସ୍ପଷ୍ଟକରିଛନ୍ତି। ତେବେ ହିମାଂଶୁ ଗତକାଲି ସଂନ୍ଧ୍ଯା ୪ଟା ସମୟରୁ ଘରୁ ବାହାରି ଆସି ଆଉ ଘର କୁ ଫେରିନଥିଲେ। ଏଭଳି ଅବସ୍ଥା ରେ ତାଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ତାଙ୍କୁ କେହି ହତ୍ଯା କରିଥିବା ସଂନ୍ଦେହ କରିଛନ୍ତି ପରିବାର ଲୋକେ। ହିମାଂଶୁ ଙ୍କ ଅଣ୍ଡକୋଷ କୁ ଛେଚି ଦିଆଯାଇ ଥିବାବେଳେ ତାଙ୍କ ମୁଣ୍ଡକୁ ମଧ୍ୟ ମାଡ ହୋଇଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦ କାରବାର ବଢିବାକୁ ଲାଗିଥିବା ବେଳେ ମଦ ମାଫିଆ ମାନେ କୌଣସି କାରଣ କୁ ନେଇ ହିମାଂଶୁ ଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି। ମୃତଦେହ ନିକଟରେ ଗୋଟିଏ ଦାଆ ଓ ଗୋଟିଏ ଠେଙ୍ଗା ପଡ଼ିଥିବା ବେଳେ ହତ୍ୟାକାରୀ ମାନେ ତାଙ୍କୁ ଅନ୍ୟତ୍ର ହତ୍ୟାକରୀ ଏଠାରେ ଫିଙ୍ଗି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ