Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ବନାମ ବାଂଲାଦେଶ ମ୍ୟାଚରେ କଳା ବାଦଲ ? ଜାଣନ୍ତୁ ପୁଣେର ସଦ୍ୟତମ ଓ୍ଵେଦର ରିପୋର୍ଟ

ପୁଣେ: ବିଶ୍ଵକପ୍ ୨୦୨୩ର ୧୭ତମ ମ୍ୟାଚରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ବାଂଲାଦେଶ। ଏହି ମୁକାବିଲା ପୁଣେର ମହାରାଷ୍ଟ୍ର ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ତେବେ ମ୍ୟାଚର ଗୋଟିଏ ଦିନପୂର୍ବରୁ ଅର୍ଥାତ ବୁଧବାର କଳା ବାଦଳ ଛାଇ ରହିଥିଲା ଏବଂ ହାଲୁକା ବର୍ଷା ମଧ୍ୟ ହୋଇଥିଲା। ଏହା ଦେଖି ପ୍ରଶଂସକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି ଯେ, ବର୍ଷା ମ୍ୟାଚରେ ବଡ଼ ବାଧକ ସୃଷ୍ଟି କରିବନି ତ। ଯଦି ଏହି ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଏ ତେବେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଏଥିରେ ଭାରତକୁ ଫାଇଦା ମିଳିବ ନାହିଁ, କାରଣ ଦଳ ମ୍ୟାଚ୍ ଜିତି ପୂରା ପଏଣ୍ଟ ହାସଲ କରିବାକୁ ଚାହୁଁଛି।

ବର୍ଷାରେ ମ୍ୟାଚ୍ ଧୋଇଗଲେ ଗୋଟିଏ ପଏଣ୍ଟ ପାଇ ଭାରତ ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନରେ ରହିବ। ପାଣିପାଗ ବିଭାଗ ଅନୁଯାୟୀ, ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ନାମ ତେଜ୍ ରଖାଯାଇଛି। ଏହି କାରଣରୁ ପୁଣେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତେବେ ପ୍ରଶଂସକଙ୍କ ପାଇଁ ଖୁସିର ଖବର ଯେ, ସଦ୍ୟତମ ସୂଚନା ଅନୁଯାୟୀ, ମ୍ୟାଚରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ଗୁରୁବାର ଏଠାରେ ବର୍ଷା ହେବାର ମାତ୍ର ୩ ପ୍ରତିଶତ ସମ୍ଭାବନା ରହିଛି। ଏହି ସମୟରେ ତାପମାତ୍ରା ୩୦ ମଧ୍ୟରେ ରହିପାରେ। ଅର୍ଥାତ ମ୍ୟାଚ୍ ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି।

ପୁଣେର ପିଚ୍ ବ୍ୟାଟିଂ ପାଇଁ ବେଶ ଉପଯୋଗୀ। ଦ୍ରୁତ ବୋଲରଙ୍କୁ ମଧ୍ୟ ଏହା ବେଶ ସୁହାଇଥାଏ। ୨୦୧୭ ପରଠୁ ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୫ ଥର ୩୦୦ରୁ ଉର୍ଦ୍ଧ୍ଵ ସ୍କୋର କରିଛି। ତେବେ ନଅ ମାସ ପରେ ଏହି ଷ୍ଟାଡିୟମରେ ମ୍ୟାଚ୍ ହେବାକୁ ଯାଉଛି। ଭାରତର ପ୍ରଦର୍ଶନ ଚଳିତ ବିଶ୍ଵକପରେ ଦମଦାର ରହିଛି। ଦଳ ୩ଟି ମ୍ୟାଚରୁ ୩ଟି ଜିତିଛି। ଅନ୍ୟପଟେ ବାଂଲାଦେଶ ୩ଟି ମ୍ୟାଚରୁ ଗୋଟିଏ ଜିତି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ