Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆଁବୁର୍ଦା ଓ ଝାରମୁଣ୍ତା ଠାରେ କୈଶୋର ସ୍ୱାସ୍ଥ୍ୟ ଦିବସ

ସମ୍ବଲପୁର (ଜମନକିରା):ମୁଣ୍ଢେନପାଲି ଗ୍ରାମପଞ୍ଚାୟତର ନୁଆଁବୁର୍ଦା ଓ ଝାରମୁଣ୍ଡା ଠାରେ ଆଜି ଭିନ୍ନ ଭିନ୍ନ ୨ଟି କୈଶୋର ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି । ଉଭୟ କାର୍ଯ୍ୟକ୍ରମରେ ମୁଣ୍ଢେନପାଲି ଆଶା ବବିତା ନାଥ ଅଧ୍ୟକ୍ଷତା କରିଥିବା ବେଳେ ଡା.ରାଜାରାମ ଷଡଙ୍ଗୀ ଉଭୟ ସ୍ଥାନରେ କୈଶୋର ସ୍ୱପ୍ନ,ଜୀବନ କୌଶଲ, ଖାଦ୍ୟପେୟ,ସୁରକ୍ଷିତ ସ୍ୱାସ୍ଥ୍ୟ ପ୍ରଭୃତି ସଂପର୍କରେ ଆଲୋଚନା କରିଥିଲେ।ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମି ସାହାନୀ ସାହୁ ,ଆଶା ମଞଜରି ପଣ୍ଡା,ସୁସ୍ମିତା ସାହୁ, ଅଙ୍ଗନୱାଡି ମାଗଦାଲି ମୁଣ୍ଡା,ଅଲି ଗର୍ଡିଆ,ଗୌରୀ ବିଶ୍ୱାଲ ପ୍ରମୂଖ କିଶୋରୀ ସ୍ୱାସ୍ଥ୍ୟ ନେଇ ବିଭିନ୍ନ ବିଷୟରେ ବୁଝାଇଥିଲେ ।ଏହି ଉଭୟ ଗ୍ରାମର କିଶୋରୀ ବାଳିକା ମାନେ ଯୋଗଦେଇ ନିଜ ଭିତରେ ରହିଥିବା ବିଭିନ୍ନ ସନ୍ଧେହ ପଚାରି ବୁଝିଥିଲେ। ଏହି ସମୟରେ ନୂଆଁବୁର୍ଦାରେ ସାଧାରଣ ଜ୍ଞାନ ଓ ଝାରମୁଣ୍ଡା ଠାରେ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ସହଯୋଗ କରିଥିଲେ।