ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନମେଳା


ସମ୍ବଲପୁର:ସ୍ଥାନୀୟ ବୁଢ଼ାରଜା ସ୍ଥିତ ଭୀମଭୋଇ ପାର୍କ ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ବିଜ୍ଞାନମେଳାର ଆୟୋଜନ ହୋଇ ଯାଇଛି !ଏହି ବିଜ୍ଞାନମେଳାରେ ଜୁନିଅର ପ୍ରକଳ୍ପ ୨୩ଟି ଓ ସିନିୟର ବିଜ୍ଞାନ ପ୍ରକଳ୍ପ ୨୨ଟି ସ୍ଥାନ ପାଇଥିଲା !ବିଜ୍ଞାନ ମେଳାରେ ଗଙ୍ଗାଧର ବିଶ୍ୱବିଦ୍ୟାଳୟ ର ବିଜ୍ଞାନ ଗବେଷଣା ଶିକ୍ଷକ ବିଚାରକ ମଣ୍ଡଳୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ରଥ, ରୋଶନ ବାରିକ, ଦୀପକ ସାହୁ ଓ ନିମାଇଁ ଚରଣ ଭୋଇ ବିଭିନ୍ନ ଦିଗରୁ ପ୍ରଶ୍ନ କରି ଜୁନିଅର ବର୍ଗରେ ପ୍ରିୟଙ୍କା ସାହୁ ପ୍ରଥମ,ଲବଳୀ ଜଗତ ଦ୍ୱିତୀୟ ଓ କ୍ରିଷ୍ଣା ଯାଦବ ତୃତୀୟ ସ୍ଥାନ ସେପରି ସିନିଅର ବର୍ଗରେ ନିକିତା ସାହୁ ପ୍ରଥମ, ଚିନ୍ମୟୀ ସାହୁ ଦ୍ୱିତୀୟ ଓ ତନୁ ଯାଦବ,ରନକ ସାହୁ ତୃତୀୟ ସ୍ଥାନ ପାଇଥିବା ଚୟନ କରିଥିଲେ ! ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ହେମନ୍ତ କୁମାର ପଣ୍ଡା, ସନ୍ତୋଷ ମିଶ୍ର, ଆରତୀ ସାହୁ, ଗୀତାଞ୍ଜଳି ମିର୍ଧା, ଅଙ୍କିତା ବେହେରା, ଶୁଭଶ୍ରୀ ବଡ଼ପଣ୍ଡା ହସ୍ୟମୟୀ ବେହେରା ପ୍ରମୁଖ ସାହାଯ୍ୟ କରିଥିଲେ ।