Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗସ୍ତ ସମୟରେ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ସମେତ କବିସୂର୍ଯ୍ୟନଗର ଓ ଛତ୍ରପୁରରେ ଆୟୋଜିତ ସଭାରେ ଯୋଗଦେବେ। ପ୍ରଥମେ କବିସୂର୍ଯ୍ୟନଗରରେ ଆ‌ୟୋଜିତ ସଭାରେ ଯୋଗ ଦେବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ସେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ସଭାରେ ଯୋଗ ଦେଇ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ।

ଶେଷରେ ଛତ୍ରପୁର ସଭାରେ ଯୋଗ ଦେଇ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଲେକେ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ଗଞ୍ଜାମ ଜିଲ୍ଲାପାଳ ବ୍ୟାପକ ପ୍ରସ୍ତୁତି କରିବା ସହ ସୁରକ୍ଷା ବ୍ୟବସ୍ଥା କଡା କରିଛନ୍ତି। ଜିଲ୍ଲାପାଳ ନିଜେ ସଭା ସ୍ଥଳୀ ବୁଲି ଅନୁଧ୍ୟାନ କରିଛନ୍ତି।