Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷା ସହ ,ସଂସ୍କାର ସମ୍ପନ୍ନ ମାଟି ମା’ ମାତୃଭାଷା କୁ ଭଲପାଇବା ପରି ନାଗରିକ ସୃଷ୍ଟି କରିବା ଉଚିତ: ସମାଜସେବୀ ଶ୍ରୀ ସୁଶାନ୍ତ ସାବତ

ବ୍ରହ୍ମପୁର:ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ପଦସ୍ଥ ଅଫିସର, ଯନ୍ତ୍ରୀ, ଡକ୍ଟର ପରିଗଢି ତୋଳିବା ଆଶାନେଇ,ପିତା ମାତା ବହୁ କଷ୍ଟ ଅର୍ଜିତ ଅର୍ଥ ବ୍ୟୟ କରନ୍ତି। ପିଲାଙ୍କ ଭବିଷ୍ୟତ ଗଢ଼ିବା ସ୍ଵପ୍ନ ରେ ନିଜର ଜୀବନକୁ ବାଜି ଲଗାନ୍ତି। ହେଲେ ଆଜିର ଅଧିକାଂଶ ଛାତ୍ର ଛାତ୍ରୀ ତାହାର ମୂଲ୍ୟ ବୁଝି ନପାରିସମୟ ଅପଚୟ କରି ନିଜର ଭବିଷ୍ୟତ ଅନ୍ଧକାର କରିଦେଉଛନ୍ତି।ସେହିପରି ଶିକ୍ଷା ଅନୁଷ୍ଠାନ ମାନେ ଶିକ୍ଷା ସହ ,ସଂସ୍କାର ସମ୍ପନ୍ନ ମାଟି ମା’ ମାତୃଭାଷା କୁ ଭଲପାଇବା ପରି ନାଗରିକ ସୃଷ୍ଟି କରିବା ଉଚିତବୋଲି ଗତ ମଙ୍ଗଳ ବାର ଦିନ ମାଣ୍ଡିଆ ପଲ୍ଲୀ ସ୍ଥିତ ଜ୍ଞାନଦୀପ ଶିକ୍ଷାନୁଷ୍ଠାନ ର ଷଷ୍ଠ ବାର୍ଷିକୋତ୍ସବ ଅବସରରେ ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଉଦଘାଟନ କରି ମତବ୍ୟକ୍ତ କରିଥିଲେ।ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ସଚିବ ଡ କୁଳମଣି ଓଝା ଯୋଗଦେଇ ଛାତ୍ର ଛାତ୍ରୀମାନେ ଶିକ୍ଷା ସହ ଉପଯୁକ୍ତ ମଣିଷ ହୋଇ ସମାଜ ନିର୍ମାଣରେ ସାରଥୀ ହୋଇପାରିଲେ ନିଜକୁ ତଥା ନିଜ ଅଞ୍ଚଳକୁ ଧନ୍ୟ କରିପାରିବେ।ସମ୍ମାନିତ ଅତିଥି ଭାବେ ସମାଜସେବୀକା ଶ୍ରୀମତୀ ଉପାସନା ମହାପାତ୍ର, ଶିକ୍ଷାବିତ ଶ୍ରୀ ନାରାୟଣ ବିଶ୍ୱାଳ, ଚଳଚିତ୍ର ଅଭିନେତ୍ରୀ ଶ୍ରୀମତୀ ଶୀତଳ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜ୍ଞାନ ଦୀପ ଶିକ୍ଷାନୁଷ୍ଠାନ ର ସିକ୍ଷ।ଶୈଳୀ ର ଉଚ୍ଚ ପର୍ସଂସା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧକ୍ଷ ବିଶିଷ୍ଟ ଶିକ୍ଷାଵିତ ଡ ଅଭିମନ୍ୟୁ ଜେନା ସଭାପତିତ୍ବ କରି ଅନୁଷ୍ଠାନ ର ବିବରଣୀ ସହ ଛାତ୍ର ଛାତ୍ରୀ ଙ୍କୁ ମଣିଷ କରି ଗହି ତୋଳିବା ସହ ମେଧାବୀ ଛାତ୍ର ଛାତ୍ରୀ ଭାବେ ଉର୍ତ୍ତିନ କରିବା ନିମନ୍ତେ ଅନୁଷ୍ଠାନ ପ୍ରୟାସ ଜାରି ରହିଛି ରହିବ ବୋଲି ମତବ୍ୟକ୍ତ କରିଥିଲେ। ସୂ ଲେଖିକା ତଥା ଅଧ୍ୟାପିକା ଡ ଯୋଛନା ଦେବୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟ।ପକ ଶ୍ରୀ ଗାନ୍ଧୀ କୁମାର ସାହୁ, ଶ୍ରୀ ଅମର କୁମାର ଶତପଥି,ଶ୍ରୀକାନ୍ତ ବିଶ୍ୱାଳ ଓ ପ୍ରଦୀପ କୁମାର ମଲ୍ଲିକ ଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା। ବହୁ ଅଭିଭାବକ ଓ ବୁଦ୍ଧିଜୀବୀ ଅଂଶରଣ କରିଥିଲେ।