Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁତାପଡା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ସକାଶେ କଳଶାଧୀବାସ ଓ ବିଲ୍ଲବରଣେIତ୍ସବ

ସମ୍ବଲପୁର: ସମ୍ବଲପୁର ସହର ଭୁତାପଡା ମଁI ମଙ୍ଗଳାଙ୍କ ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ସକାଶେ ଆଜି ଆଶ୍ବିନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ କଳଶାଧୀବାସ ,ବିଲ୍ଲବରଣେIତ୍ସବ
ତଥା ଓ ଆମନ୍ତ୍ରଣାଧୀବାସ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଶୁକ୍ରବାର ଅପରାହ୍ନ ୪ ଟା ସମୟରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ I ସ୍ଥାନୀୟ କମିଶନର କଲୋନୀ ମହାନଦୀ ଘାଟରୁ ଜଳ ଆଣି ଵିଧି ମୁତାବକ ମଙ୍ଗଳାଙ୍କ ପୀଠେ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା ଓ ପଣ୍ଡିତ ଆଦିତ୍ୟ ମିଶ୍ର ପୂଜା କାର୍ଯ୍ୟ କରିଥିଲେ I ଭୁତାପଡା ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ରମାକାନ୍ତ ଜେନା, ଜଗଦୀଶ ଅଗ୍ରୱାଲ, ସାଧବ ପ୍ରଧାନ, ପୀତବାସ ବେହେରା, ରାଜ କିଶୋର ନାୟକ, ଅସିତ ବିଶ୍ୱାଳ, ରମେଶ ଚନ୍ଦ୍ର ମିଶ୍ର, ନାରାୟଣ ଦାନୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ପଣ୍ଡିତ ଲଷ୍ମୀ ନାରାୟଣ ମିଶ୍ର ଲେନ୍ ନିବାସୀ ସରୋଜ ସାହୁ ଓ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି I ଆଶ୍ୱିନ, ଶୁକ୍ଲପକ୍ଷ ସପ୍ତମୀ ୨୧ ତାରିଖ ଶନିବାର ମାଁ ମଙ୍ଗଳାଙ୍କ ପୀଠେ ସପ୍ତମୀ ବିହିତ ପୂଜା,ଆଶ୍ୱିନ, ଶୁକ୍ଲପକ୍ଷ ଅଷ୍ଟମୀ ୨୨ ତାରିଖ ରବିବାର ଅଷ୍ଟମୀ ବିହିତ ପୂଜା, ଆଶ୍ୱିନ, ଶୁକ୍ଲପକ୍ଷ ନବମୀ ୨୩ ତାରିଖ ସୋମବାର ବିଶ୍ରାମ ପୂଜା ଏବଂ ଆଶ୍ୱିନ, ଶୁକ୍ଲପକ୍ଷ ଦଶମୀ ୨୪ ତାରିଖ ମଙ୍ଗଳବାର ଦଶମୀ ବିହିତ ପୂଜା, ଦଶହରା, ମଧ୍ୟାନ୍ନ ଘ.୧୨.୦୦ମି.ପୂର୍ଣ୍ଣାହୁତି, ବିସର୍ଜନ ଅନୁଷ୍ଠିତ ହେବ I ଏହା ସହିତ ପ୍ରତ୍ୟେକ ଦିନ ଚଣ୍ଡୀ ହୋମ, ରାତ୍ର ଘ.୭. ୦୦ମି. ସମୟରେ ୧୦୮ ଦୀପ ମହାଆଳତୀ, ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ବୋଲି ମାଁ ମଙ୍ଗଳା ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ଭକ୍ତ ବୃନ୍ଦ ଯୋଗଦାନ ପୂର୍ବକ ମାଁ ମଙ୍ଗଳାଙ୍କ ଦିବ୍ୟ ଦର୍ଶନ କରିବା ଓ ଆଶୀର୍ବାଦ ପ୍ରାପ୍ତ ହେବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ