Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହମ୍ମଦପୁ୍ରରେ ବ୍ୟାପୁଛି ତରଳ ଝାଡା

ସମ୍ବଲପୁର: ମହାନଗର ନିଗମ ଅନ୍ତର୍ଗତ ହିରାକୁଦ ମହମ୍ମଦପୁର ଅଞ୍ଚଳରେ ଡାଇରିଆ ପ୍ରାଦୁର୍ଭାବ ଦେଖାଦେଇଛି।ବହୁ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେବା ସହ ମୃତ୍ୟ ମୁଖରେ ପଡ଼ିବା ଆଶଙ୍କା ଦେଖାଦେଲାଣି।ଚିକିତ୍ସା ପାଇଁ ହୀରାକୁଦ ଡାକ୍ତରଖାନାରେ ବର୍ତ୍ତମାନ ଶଯ୍ୟା ଅଭାବ ଦେଖାଦେଇଛି।ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ଏଥିରେ ସେଭଳି ସୁଧାର ପରିଲକ୍ଷିତ ହେଉନି। ହିଣ୍ଡାଲକୋ ଦ୍ୱାରା ପରିଚାଳିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଉପରେ ଲୋକେ ଭରସା କରିବା ଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ତେବେ ସମ୍ବଲପୁର ମହାନଗର ସ୍ୱାସ୍ଥ୍ୟ ଭ୍ରାମ୍ୟମାଣର ଦେଖାମିଳୁନଥିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି।ଜନସାଧାରଣଙ୍କୁ ବାହାର ଖାଦ୍ୟ,ପାନୀୟ ଜଳ ଓ ପରିବେଶ ସୁରକ୍ଷା ଦିଗ ପ୍ରତି ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ବର୍ତ୍ତମାନ ସାମାଜିକ ସ୍ତରରେ ବହୁତ ଗୁରୁତ୍ୱ ଦିଆଯାଇଛି। ସାମାଜିକ କର୍ମୀ କାର୍ତ୍ତିକ କଲେତ ମଧ୍ୟ ଏଭଳି ସମ୍ବେଦନ ଶୀଳ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡିଛନ୍ତି।ବର୍ତ୍ତମାନ ମହମ୍ମଦ ପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ପାଉଡରର ମଧ୍ୟ ପ୍ରୟୋଗ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ