Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲ ଦୁର୍ଗା ପୂଜାର ଶୁଭାରମ୍ଭ,ଆସନ୍ତା କାଲି ଆରମ୍ଭ ହେବ ରାମଳୀଳା

ସମ୍ବଲପୁର:ଆଜି ଆନୁଷ୍ଠାନିକ ଭାବେ ପଡିଆବାହାଲ ସାର୍ବଜନୀନ ଦୁର୍ଗା ପୂଜାର ଶୁଭାରମ୍ଭ ହୋଇଛି। ଆସନ୍ତାକାଲି ସକାଳେ କଳସ ଯାତ୍ରା ରହିଥିବାବେଳେ ଆଜି ବିଲ୍ଲବରଣୋତ୍ସବ ଅନୁଷ୍ଠିତ ହୋଇଥିଲା।ଦୁର୍ଗାମଣ୍ଡପରୁ ଏକ ବିରାଟ ପଟୁଆରରେ ଯାଇ ଚଳିତ ବର୍ଷର ମୁଖ୍ୟକର୍ତ୍ତା ସୁଧିର -ସୁମିତା ନାୟକଙ୍କ ବାସ ଭବନରେ ପୁଜା କମିଟି ଯାଇ ବରଣ କରିବାପରେ ବିଲ୍ଲବରଣ ପାଇଁ ମିଳିତ ଭାବେ ପଧାନପାଲି ଗ୍ରାମକୁ ଯାଇଥିଲେ।ସେଠାରେ ପଣ୍ଡିତ ମହେଶ୍ୱର ନାୟକଙ୍କ ପୌରହିତ୍ୟରେ ପୂଜା କର୍ମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଗୌରୀମାଳା ସହିତ କାଦମ୍ବରୀ ମହିଳା ବାଦପାଲାକୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ । ଆସନ୍ତା କାଲି ରାମଳୀଳା କାର୍ଯକ୍ରମ ଅଯୋଧ୍ୟା ନଗରୀ ଖଲିଆପାଲି ଠାରୁ ରାମ ବନବାସ ଓ ରାମ ହନୁମାନ ସୁଗ୍ରିବ ମିଳନ କାର୍ଯ୍ୟକ୍ରମ ରହିଛି। ଏଠାରେ ସୂଚନା ଯୋଗ୍ୟଯେ ଚଳିତ ବର୍ଷ ପଡିଆବାହାଲ ଦୁର୍ଗା ପୂଜା ସୁବର୍ଣ୍ଣ ଜୟନ୍ତୀ ଭାବେ ପାଳନ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ