Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସପ୍ତମୀ ତିଥିରେ କାମାକ୍ଷା ଦେବିଙ୍କ କାଳରାତ୍ରି ବେଶ

ସମ୍ବଲପୁର:ଶାରଦୀୟ ନବରାତ୍ରର ମହାସପ୍ତମୀ ତିଥିରେ ମାଁ କାମାକ୍ଷ୍ଯା ଦେବୀଙ୍କ କାଳରାତ୍ରି ବେଶରେ ଦକ୍ଷିଣ କାଳୀ, ଛିନ୍ନମସ୍ତା, ଧୂମାବତୀ ରୂପେ ସକାଳ ପୂଜା ପାଇଥିଲେ। ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆର ଓ ପଣ୍ଡିତ ଶ୍ରୀ ସୁଶାନ୍ତ କୁମାର ପତି ପୂଜାର୍ଚ୍ଚନା, ଚଣ୍ଡୀପାଠ, ହୋମ କାର୍ଯ୍ୟରେ ସଂପାଦନ କରିଥିଲେ। ଚାପଧାରି ପଣ୍ଡା ଓ ନଳିନୀ ପଣ୍ଡା କର୍ତ୍ତା ଦାଇତ୍ୱ ତୁଲାଇଥିଲେ।ମହାସପ୍ତମୀ ସନ୍ଧ୍ୟାରେ ସାତ ଜଣ ଭକ୍ତ ଙ୍କ ୧୦୮ମହା ଆଳତୀ କରାଯାଇଥିଲା। ସନ୍ଧ୍ୟା ମହା ଆଳତୀ ପରେ ମାଁ ଭଉଣୀ ମାନେ ଭାଇଜିଉନ୍ତୀଆ ବ୍ରତ ପୂଜା କରିଥିଲେ।ଆଜି ପ୍ରାୟ ପନ୍ଦର ଶହ ରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।ସନ୍ଧ୍ୟାରେ ଚାରି ଶହରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଶୁଖିଲା ଭୋଗ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ଭାଇଜିଉନ୍ତୀଆ ପୂଜାରେ ପଞ୍ଚାନନ ଦେହୁରୀ, ମନୋଜ ବିଶି, ଶୁଭଙ୍କର ଦେହୁରୀ,ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ