Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳିଙ୍ଗ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଏବଂ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ ପ୍ରତିଯୋଗିତାରେ ବତ୍କୃତା, ସୃଜନାତ୍ମକ ଲିଖନ, ଚିତ୍ରାଙ୍କନ, ଏକକ ଅଭିନtୟ, ନୃତ୍ୟ, ସଙ୍ଗୀତ ଗାନ କରାଯାଇଥିବା ବେଳେ, କ୍ରୀଡ଼ା ପ୍ରତିଯୋଗିତାରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଜାଭେଲିନ୍, ସଟ୍ ଫୁଟ୍, ଡିସକସ୍ ଥ୍ରୋ, କବାଡି, ଫୁଟବଲ୍, ଖୋଖୋ ଆଦି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସହଯୋଗ ତଥା ସାଂସ୍କୃତିକ ପରିଷଦର ସଦସ୍ୟ ବୃନ୍ଦ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ, ଅଧ୍ୟାପକ ମାନସ ରଞ୍ଜନ ରାଉତରାୟ, ଅଧ୍ୟାପିକା ଅନ୍ନପୂର୍ଣ୍ଣା ମଲ୍ଲିକ, ଅଧ୍ୟାପିକା ସରିତା ମିଶ୍ର ଏବଂ କ୍ରୀଡ଼ା ପରିଷଦର ସଦସ୍ୟ ଅଧ୍ୟାପକ ଦ୍ୱିତୀକୃଷ୍ଣ ଖଣ୍ଡୁଆଳ, ଅଧ୍ୟାପକ ମଦନ ମୋହନ ବନଛୋର୍, କ୍ରୀଡ଼ା ଶିକ୍ଷକ ସରୋଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।