ଗୋବିନ୍ଦତୋଳା ଦୁର୍ଗାପୂଜା ପାଇଁ ବିଲ୍ଵବରଣ ଓ କଳସାଧିବାସ ପୂଜାକର୍ମ ଅନୁଷ୍ଠିତ


ସମ୍ବଲପୁର:ସହରର ଗୋବିନ୍ଦତୋଳା ରେ ଆୟୋଜିତ ହେଉଥିବା ୫୫ ତମ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ବିଲ୍ଵବରଣ ପୂଜା ଵିଧି ଓ କଳସାଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଭଳି ନିଷ୍ଠା ର ସହ ପୂଜାବିଧି ପଣ୍ଡିତ ଜଗଦିଶ ଦାଶ ଓ ସହଯୋଗୀ ସୁଶ୍ରିତ ଷଡ଼ଙ୍ଗୀ, ଶଶାଙ୍କ ବେହେରା ପ୍ରମୁଖ ଙ୍କର ପୌରାହିତ୍ୟ ରେ,ଏବର୍ଷ ର ପୂଜା କର୍ତ୍ତା ଦମ୍ପତ୍ତି ଦାଶରଥି ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ନିକିତା ପଣ୍ଡା ଙ୍କର ଦ୍ୱାରା ସମ୍ପନ୍ନ କରାଯାଇଥିଲା l ଗୋବିନ୍ଦତୋଳା ବସ୍ତି ରେ ବିଲ୍ଵ ବରଣ ପୂଜାବିଧି କରିବା ପରେ ମହାନଦୀ ଓ ହରଡ଼ ଜୋର ର ସଙ୍ଗମ ସ୍ଥାନରେ ପୂଜାବିଧି ମତେ କଳସ ବୁଡ଼ା ତଥା ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ଏହି କ୍ରମରେ ଗୋବିନ୍ଦତୋଳା ସ୍ଥିତ ଶିବ ମନ୍ଦିର ରେ ଓ ରାଧାକୃଷ୍ଣ ମନ୍ଦିରରେ ପୂଜା ଅର୍ଚନା ପୂର୍ବକ ପୂଜା ନିମନ୍ତ୍ରଣ କରାଯାଇଥିଲା l
ପ୍ରତିବର୍ଷ ଭଳି ୯ ଜଣ ବ୍ରାହ୍ମଣ ଦୀପକ ପଣ୍ଡା, ଜଗନ୍ନାଥ ପଣ୍ଡା, ରଂଜିତ ରଥ, ପ୍ରକାଶ ପଣ୍ଡା, ସ୍ୱରୂପ ପୁରୋହିତ, ଅନିଲ ନାୟକ, ପ୍ରତୀକ ପଣ୍ଡା, ନିମେଇଁ ଚରଣ ପଣ୍ଡା ଓ ନିପଙ୍କର ସେନ ପ୍ରମୁଖ କଳସ ବୁଡ଼େଇବା ସହ ଅନେକ ମହିଳା ସଂକଳ୍ପ ରଖି କଳସ ବୁଡେଇଥିଲେ l
ଏହି କଳସ ଯାତ୍ରା ଓ ବିଲ୍ଵ ବରଣ ପୂଜାବିଧି ଗୌରୀଦାଶ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ବସନ୍ତ ଦାଶ, ଜୟନାରାୟଣ ଶତପଥି, ପ୍ରଦୀପ ମିଶ୍ର ଙ୍କର ତତ୍ୱାବଧାନ ରେ ଆୟୋଜିତ ହୋଇଥିଲା l ଏବର୍ଷ ର ଶାରଦୀୟ ଦୁର୍ଗାପୂଜା ର ଆଜିର ପ୍ରାରମ୍ଭିକ ପୂଜାବିଧି କାର୍ଯ୍ୟକ୍ରମ ରେ କମିଟି ର ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଶୁଭମ ମହାପାତ୍ର, କୋଷାଧକ୍ଷ ବାଙ୍କବିହାରୀ ପଣ୍ଡା, ଲଟେରୀ କମିଟି ର ଅଧ୍ୟକ୍ଷ ଅଜୟ ସାହୁ, ଶ୍ରୀକାନ୍ତ ପଣ୍ଡା,କରୁଣାକର ଶତପଥି, ହିମାଂଶୁ ଶେଖର ପ୍ରଧାନ, ଦିଲୀପ ଠାକୁର, ବାବୁଲୁ ପଣ୍ଡା ଙ୍କ ସହ ଶତାଧିକ ମହିଳା, ପୁରୁଷ ତଥା ଯୁବକ ମାନେ ସାମିଲ ହୋଇଥିଲେ l ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ରେ ଦୂଲଦୁଲି, ଘଣ୍ଟ ଶଙ୍ଖ ବାଦ୍ୟ କୁ ସାମିଲ କରାଯାଇଥିଲା l ରାସ୍ତା ରେ ସ୍ଥାନେ ସ୍ଥାନେ ପ୍ରତ୍ୟେକ ଘର ରାସ୍ତା ଉପରେ ରଙ୍ଗୋଲି, ଚିତାଲାଗି ଦୀପ ଓ କଳସୀ ଲଗାଇ ମାଁ ଭୁବନେଶ୍ୱରୀ ଙ୍କର କଳସ ଯାତ୍ରା କୁ ସ୍ୱାଗତ ସମ୍ମାନ ଜଣାଇଥିଲେ l