Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମାକ୍ଷା ଦେବୀଙ୍କ ମାତଙ୍ଗୀ ବେଶ ଓ ଜୁଗାର ଯାତ୍ରା

ସମ୍ବଲପୁର:ଶାରଦୀୟ ନବରାତ୍ରର ମହାଅଷ୍ଠମୀ ତିଥିରେ ମାଁ କାମାକ୍ଷ୍ଯା ଦେବୀଙ୍କ ମହାଗୌରୀ ବେଶରେ ମାତଙ୍ଗୀ ରୂପେ ସକାଳ ପୂଜା ପାଇଥିଲେ।ମାଁ କାମାକ୍ଷ୍ଯା ଦେବୀ ଙ୍କ ଠାରେ ମହୀଳା ମାନେ ଅଷ୍ଟମୀ ବ୍ରତ ପାଳନ କରିଥିଲେ, ପୂଜାର୍ଚ୍ଚନା ପରେ ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆର ଓ ପଣ୍ଡିତ ଶ୍ରୀ ସୁଶାନ୍ତ କୁମାର ପତି ପୂଜାର୍ଚ୍ଚନା, ଚଣ୍ଡୀପାଠ, ହୋମ କାର୍ଯ୍ୟ କରିଥିବା ବେଳେ ଦିନବନ୍ଧୁ ବିଶ୍ବାଲ ଓ ବାସନ୍ତୀ ବିଶ୍ବାଳ କର୍ତ୍ତା ଦାଇତ୍ୱ ତୁଲାଇଥିଲେ।ଆଜି ବୈଦାରନୂଆପାଲି ଗ୍ରାମବାସୀ ଗ୍ରାମ ଦେବୀ ସମଲେଇଙ୍କ ଠାରୁ ଆଜ୍ଞାମାଳ ନେଇ ବିରାଟ ଜୁଗାର ଶୋଭା ଯାତ୍ରାରେ ମାଁ କାମାକ୍ଷ୍ଯା ଦେବୀଙ୍କ ଦର୍ଶନ ପାଇଁ ଆସିଥିଲେ, ମହାଅଷ୍ଠମୀ ସନ୍ଧ୍ୟାରେ ସାତ ଜଣ ଭକ୍ତ ଙ୍କ ୧୦୮ମହା ଆଳତୀ କରାଯାଇଥିଲା। ସନ୍ଧ୍ୟା ମହା ଆଳତୀ ପରେ ସନ୍ଧିପୂଜା ସହିତ ସନ୍ଧିବଳି ହୋଇଥିଲା ପରେ ପରେ ଭକ୍ତ ମାନଙ୍କୁ ଗୋରସ ଓ ବୁନ୍ଦି ଭୋଗ ବଣ୍ଟନ କରାଯାଇଥିଲା।ଆଜି ପ୍ରାୟ ପନ୍ଦର ଶହ ରୁ ଉର୍ଦ୍ଧ୍ବ ଭକ୍ତ ଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଚାରି ଶହରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଶୁଖିଲା ଭୋଗ ବଣ୍ଟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ