Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂଜା ପାଇଁ ଚଳଚଞ୍ଚଳ ଗୁଡାରି।

ଦୁର୍ଗା ପୂଜାରେ ଝଲସୁଛି ଐତିହାସିକ ସହର ଗୁଡାରି।
ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା। ଆଜି ପାର୍ବଣର ତୃତୀୟ ଦିନ।ନାଲି,ନେଳି ଆଲୋକର ରଙ୍ଗରେ ଝଲସୁଛି ଗୁଡାରି ସହର।ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ମାଙ୍କ ଦିବ୍ୟ ମୂର୍ତ୍ତୀ ଦର୍ଶନ କରିବା ପାଇଁ। ଗୁଡାରି ଦୁର୍ଗା ପୂଜା ସମ୍ପୂର୍ଣ୍ଣ ଜିଲ୍ଲାରେ ଚହଳ ପଡିଛି ଯେ,ଜିଲ୍ଲା ତଥା ପଡୋଶୀ ଜିଲ୍ଲାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ସେହିପରି ଗୁଡାରି ଗଡ଼ର ମାଁ ମାଣିକେଶ୍ୱରୀ ଶକ୍ତି ପୀଠ, ଗୁଡାରି ସହରର ଅଧିଷ୍ଠାତ୍ରୀ ଦୀବୀ ମାଁ ଭଣ୍ଡାର ଘରଣୀ, ମାଁ ଠାକୁରାଣୀ ପୀଠରେ ମଧ୍ୟ ପାର୍ବଣ ଋତୁରେ ବହୁ ଭକ୍ତ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଛି। ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ସଭାପତି ସନ୍ତୋଷ କୁମାର ମହାନ୍ତି ଏବଂ ସମ୍ପାଦକ କେଦାର ସାହୁ କହିଛନ୍ତି ଯେ, ଏହିବର୍ଷ ନାମିଦାମୀ କଳାକାରମାନଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଦର୍ଶକଙ୍କ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି ଏଣୁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁଡାରି ଥାନାଧିକାରୀଙ୍କ ସାହାଯ୍ୟ ପାଇଁ ଅନୁରୋଧ କରାଯାଇଛି ତା’ସଙ୍ଗକୁ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ