Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଦଯାପିତ ହେଲା ତ୍ରୀଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଗୁଲୁଜିପାଲି ଗାଁ ମହାବୀର ଯୁବକ ସଂଘ ଆନୁକଲ୍ୟରେ ତିନିଦିନ ଧରି ଚାଲିଥିବା ଫୁଟବଲ ଟୁରନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଇ ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ୧୬ଟି ଦଳ ଯୋଗ ଦେଇଥିଲେ। ମିଷ୍ଟି ଇଲେଭେନ, ମନ୍ତ୍ରୀମୁଣ୍ଡା ଓ ମହାବୀର କ୍ଳବ, ଗୁଲୁଜିପାଲି ମଧ୍ୟରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମହାବୀର କ୍ଳବ ଗୁଲୁଜିପାଲି ବିଜେତା ହୋଇଥିବା ବେଳେ ମୀଷ୍ଟି ଇଲେଭେନ ମନ୍ତ୍ରୀମୁଣ୍ଡା ଉପ-ବିଜେତା ହୋଇଥିଲା।ସୋନପୁର ଜିଲ୍ଲାର ଜନାର୍ଦ୍ଦନ ପଣ୍ଡା, ମୋହନ ମହାଲିଂ, ଗୌରାଙ୍ଗ ପାଣ୍ଡେ ଏବଂ ସମ୍ବଲପୁରର ତନ୍ମୟ କିଶାନ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପଧାନ ଏବଂ ପ୍ରେମାନନ୍ଦ ଭୋଇ ଖେଳ ବିବରିଣି ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ କୁଚିଣ୍ଡା ବିଧାୟକ କିଶୋର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଫାଇନାଲ ମ୍ୟାଚକୁ ଉଦଯାପିତ କରିଥିଲେ। ସମ୍ମାନିତ ଅତିଥି ଭାବେ କେଦାର ବରିହା ଯୋଗଦେଇ କ୍ଲବ ପକ୍ଷରୁ ବିଜେତା ଦଳକୁ ଟ୍ରଫି ସହିତ ୩୦ ହଜାର ଟଙ୍କା ଓ ଉପ-ବିଜେତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ।ପ୍ରକାଶ ଥାଉକି ଆଜକୁ ୩୪ ବର୍ଷ ହେବ ଭାଇଯୁନ୍ତିଆ ଅବସରରେ ମହାବୀର ଯୁବକ ସଂଘ ଏଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଆସୁଛି। ଆଜିର ଏଇ ଫାଇନାଲ ମ୍ୟାଚରେ କୁଚିଣ୍ଡା ବିଜେଡି ସଭାପତି ଅମୂଲ୍ୟ ମିଶ୍ର, ସଞ୍ଜୟ ବେହେରା ଏବଂ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।