Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦଶହରାରେ ପ୍ରମୋଦ ରଥଙ୍କ ରେଢାଖୋଲ କାର୍ଯ୍ୟକ୍ରମ

ସମ୍ବଲପୁର (ରେଢାଖୋଲ ):ପବିତ୍ର ଦୁର୍ଗାପୂଜା ଅବସରରେ ଡ.ପ୍ରମୋଦ ରଥ (ବିଜେଡି ପୂର୍ବତନ ଜିଲ୍ଲା ସଭାପତି) ସମ୍ବଲପୁର ଜିଲ୍ଲାର କିସିଣ୍ଡା, ନାକଟିଦେଉଳ, ବାଟଗାଁ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମାଁ ଦୁର୍ଗାଙ୍କ ପୂଜା ଅର୍ଚନାରେ ସାମିଲ ହୋଇଥିଲେ ଓ ମୁଖ୍ୟ ଅତିଥି ଭାବରେ ଜୁଯୋମୁରା ବ୍ଲକ ମଧୁବନରେ ଗଣ୍ଡ ସମାଜର ସ୍ୱାଧୀନତା ସଂଗ୍ରାମୀ ମଧୁ ଗର୍ଡିଆଙ୍କ ସ୍ମୁତି ଚlରଣ ଓ ସ୍ମୁତି ପୀଠ ନିର୍ମାଣ ରେ ମାଟି ମା କୁ ନେଇ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ସ୍ୱାଧୀନତା ସଂଗ୍ରାମୀ ମଧୁ ଗର୍ଡିଆଙ୍କୁ ଇଂରେଜ ସରକାର ଫାସୀ ଦେଇଥିବା ସ୍ଥାନ ମଧୁବନରୁ ଜୁଯୋମୁରାକୁ ମାଟି ଶୋଭାଯାତ୍ରା ରେ ଅଣାଯାଇଥିଲା l ଏହି ସବୁ କାର୍ଯ୍ୟକ୍ରମରେ ବିଜେଡି ବରିଷ୍ଟ ନେତା ଶ୍ରୀ ସୁଦର୍ଶନ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ହରିହର ସାହୁ, ପୂର୍ବତନ ସରପଞ୍ଚ ଶ୍ରୀ ପୂର୍ଣ୍ଣ ଗରତିଅ ଆଦି ଶତାଧିକ ଲୋକଙ୍କ ସମାଗମ ହୋଇଥିଲା l