Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧିଦାତ୍ରୀ ବେଶରେ ପୂଜା ପାଇଲେ ମାଁ କାମକ୍ଷା ଦେବୀ

ସମ୍ବଲପୁର :ଶାରଦୀୟ ନବରାତ୍ରର ମହାନବମୀ ତିଥିରେ ମାଁ କାମାକ୍ଷ୍ଯା ଦେବୀଙ୍କ ସିଦ୍ଧିଦାତ୍ରୀ ବେଶରେ ଭୁବନେଶ୍ୱରୀ ରୂପେ ପୂଜା ପାଉଛନ୍ତି। ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆର ଓ ପଣ୍ଡିତ ଶ୍ରୀ ସୁଶାନ୍ତ କୁମାର ପତି ପୂଜାର୍ଚ୍ଚନା, ଚଣ୍ଡୀପାଠ କରିଥିଲେ। ଅମୀୟ କୁମାର ମହାନ୍ତି ଧର୍ମପତ୍ନୀ ସନ୍ତୋଷିନୀ ପଟ୍ଟନାୟକ ଏବଂ ସନ୍ତୋଷ ହୋତା ଧର୍ମପତ୍ନୀ ରୋଜାଲିନ ହୋତା କର୍ତ୍ତା ଦାଇତ୍ୱ ତୁଲାଇଥିଲେ।ଆଜି ଅଇଁଠାପାଲି ନୂଆଁପଡାର ବାସିନ୍ଦା ଛପନ ଭୋଗ ଧରି ମାଁ କାମାକ୍ଷ୍ଯା ଦେବୀଙ୍କ ଦର୍ଶନ ପାଇଁ କରିଥିଲେ।ମହାନବମୀ ସନ୍ଧ୍ୟାରେ ଚଉଦ ଜଣ ଭକ୍ତଙ୍କ ୧୦୮ମହା ଆଳତୀ କରାଯାଇଥିଲା। ଏଥିରେ ପନ୍ଦର ଶହରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।ସନ୍ଧ୍ୟାରେ ଚାରି ଶହରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଶୁଖିଲା ଭୋଗ ସହିତ ଛପନ ଭୋଗ ବଣ୍ଟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ