Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ଡୁକ୍ରିବୁଢ଼ୀଙ୍କ ଛତର ଯାତ୍ରା, ରକ୍ତ ରଞ୍ଜିତ ଡୁକ୍ରିବୁଢ଼ୀଙ୍କ ପୀଠ

କଳାହାଣ୍ଡି, ୨୫/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡିର ଲୋକ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଅଭିଚାର ତନ୍ତ୍ର ଧାରାରେ ଉପାସିତ ଦେବାଦେବୀ ମାନଙ୍କ ଯଥେଷ୍ଟ ପ୍ରଭାବ ପରିଲକ୍ଷିତ ହୁଏ । ପ୍ରାଚୀନ ଭାରତୀ ଧର୍ମ ପରମ୍ପରାର ଅଭିଛେଦ ଅଙ୍ଗ ‘ଅଭିଚାର’ ତନ୍ତ୍ର ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି ଧାରାର ଏକ ସର୍ବମାନ୍ୟ ଦେବୀ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା ଡୁକ୍ରୀ ବୁଢ଼ୀଙ୍କ ଛତର ଯାତ୍ରା,ଭବାନୀପାଟଣା ସଦର ବ୍ଲକ ବୋରଡା ମିଲକୀ ଅଞ୍ଚଳର ଅଧୃଷ୍ଠାତ୍ରୀ ଦେବୀ ମା ଡୁକ୍ରୀ ବୁଢ଼ୀ ବୈଦିକ ଧର୍ମଧାରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ପୂଜା ପାଇଥାନ୍ତି |
ସକାଳ 9 ଟାରୁ ମା ଡୁକ୍ରୀ ବୁଢ଼ୀଙ୍କ ମନ୍ଦିରରେ ବିଭିନ୍ନ ପର୍ଯ୍ୟାୟରେ ପୂଜାର୍ଚନା ପରେ ଅପରାହ୍ନ 1.30ମିନିଟରେ ମା ଙ୍କ ପ୍ରତୀକ ଛତର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିରରୁ ନଗର ଅଭିମୁଖେ ଯାତ୍ରା କରି ଥାନ୍ତି | ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଦେବୀଙ୍କୁ ଦର୍ଶନ କରି ଥାନ୍ତି । ବିଜୟ ଛତର ଯାତ୍ରା ପାଇଁ ବିଭିନ୍ନ ଗାଁରୁ ସାଂସ୍କୃତିକ ଦଳ ମାନେ ଭାଗ ନେଇ ମା ଙ୍କୁ ପାଛୋଟି ନେଇଥାନ୍ତି I ଏହି ଯାତ୍ରା ପାଇଁ ତମାମ ମିଲକୀ ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇ ଉଠିଥିଲା.
କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ଵରୀଙ୍କର ଛତର ଯାତ୍ରା ସମ୍ପନ୍ନ ହୋଇଥିବାବେଳେ ବିଜୟା ଦଶମୀ ଦିନ କଳାହାଣ୍ଡିର ସର୍ବମାନ୍ୟ ଦେବୀ ମା ଡୁକ୍ରୀ ବୁଢ଼ୀ ଛତର ଯାତ୍ରା ବୋରଡା ଠାରେ ଅନୁଷ୍ଠିତ ହେଇଯାଇଛି ।
ମନ୍ଦିରଠାରେ ପୂଜାର୍ଚ୍ଚନା ପରେ ମଙ୍ଗଳବାର ଦିନ ବେଳେ ଦେବୀଙ୍କ ଛତର ମନ୍ଦିର ଅଭିମୂଖେ ବାହାରି ଯାଇଥାଏ। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତା କଡ଼ରେ ଠିଆ ହୋଇ ଧୂପଦୀପ ଜଳାଇ ମନ୍ଦାର ମାଳ, ବେଳପତ୍ର, ନଡିଆ ଭାଙ୍ଗି ପୁଜା କରି ମା’ଙ୍କ ନିକଟରେ ଆଶ୍ରୀବାଦ ଭିକ୍ଷା କରିବା ସହ ମାନସିକ କରିଥାନ୍ତି।
ଦେବୀଙ୍କ ଛତର ଗାଁ ପରିକ୍ରମା କରି ମୁଖ୍ୟ ପୀଠକୁ ପହଞ୍ଚି ଥିଲା । ଛତର ଯାତ୍ରାର ଦଶରା ପୂଜା କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ ହେଇଯାଇଛି
11ପଂଚାୟତର ସରପଞ୍ଚ ଓ ସମିତ ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ସହ ସହ ସଂଖ୍ୟା ରେ ପଶୁବଳୀ ପଡି ଦୋକାରି ପୀଠ ରକ୍ତ ରଞ୍ଜିତ ହୋଇଥିଲା ।
ଚଳିତ ବର୍ଷ ପ୍ରାୟ 30ରୁ 35ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆଇ ଆର ବି ବାଟାଲିୟନ, ସ୍ଥାନୀୟ ପୋଲିସ ସହ କଳାହାଣ୍ଡି ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ