Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋମନାଥ ନାୟକ ଅଭିନନ୍ଦନିକା ଲୋକାର୍ପଣ

ବରିଷ୍ଠ ଆଇନଜୀବି, କମ୍ୟୁନିଷ୍ଟ ନେତା, କବି, କଥାକାର ସୋମନାଥ ନାୟକଙ୍କ ସଂଗ୍ରାମୀ ଜୀବନ ଉପରେ ୨୬୦ ପୃଷ୍ଠା ସମ୍ବଳିତ ଅଭିନନ୍ଦନିକା ଲୋହାରାଖଣ୍ଡି ପ୍ରକାଶନୀ ଦ୍ବାରା ଆତ୍ମପ୍ରକାଶ କରିଛି I ଏହାକୁ ସମ୍ପାଦନା କରିଛନ୍ତି ବିଶିଷ୍ଟ ଗବେଷକ ଡଃ. ବାୟାମନୁ ଚର୍ଚି I ଶ୍ରୀଯୁକ୍ତ ନାୟକଙ୍କ ୮୦ବର୍ଷ ପୂର୍ତ୍ତି ଉପଲକ୍ଷେ ତାଙ୍କର ଜନ୍ମତିଥି ବିଜୟାଦଶମୀ ଦଶହରା ଅବସରରେ ଏହି ଅଭିନନ୍ଦନିକା ବହିର ଲୋକାର୍ପଣ ଉତ୍ସବ ମହାନବମୀ ଯୁକ୍ତ ଦଶମୀ ମଧ୍ୟାହ୍ନରେ ଭଂଜନଗର ଓକିଲ ସଂଘର ସୁବର୍ଣ୍ଣ ଜୟନ୍ତୀ ପାଠାଗାରରେ ଅନୁଷ୍ଠିତ ହୋଇଯାଇଅଛି I ଏହାକୁ ଉଦଘାଟନ କରିଥିଲେ ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଓଡିଶାର ଘରେ ଘରେ ସୁପରିଚିତ ପରମଗୁରୁ ଡ. ଶାନ୍ତୁନୁ କୁମାର ରଥ I ଏଥିରେ ପୌରହିତ୍ୟ କରିଥିଲେ ଓଡିଶାର ବିଶିଷ୍ଟ ଭଂଜ ସାହିତ୍ୟ ଗବେଷକ ଡ. କମ୍ବୁପାଣି ସାମନ୍ତ I ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ବରିଷ୍ଠ ସାମ୍ବାଦିକ ନବୀନ ସମ୍ବାଦପତ୍ରର ସମ୍ପାଦକ ଶ୍ରୀଯୁକ୍ତ ରବି ରଥ I ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହାମାୟୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାଧାଚରଣ ସାହୁ, ବାଲିପଦର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବ୍ରଜକିଶୋର ପାଢି, ପ୍ରାକ୍ତନ ଅଧ୍ୟକ୍ଷ ରଘୁନାଥ ସାହୁ, ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀ, ପ୍ରାକ୍ତନ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାଶ ଓ ସୁନାମଧନ୍ୟ କବି ପ୍ରଶାନ୍ତ ମହାନ୍ତି I
ଏହି ଅଭିନନ୍ଦନିକା ଓଡିଶାର ରାଜନେତା, ସାମ୍ବାଦିକ, ଲେଖକ, କଳାକାର, ଆଇନଜୀବୀ, ସମାଜସେବୀ ଓ ଶ୍ରୀଯୁକ୍ତ ନାୟକଙ୍କ ବନ୍ଧୁପରିଜନ ଏହିପରି ୧୨୮ଜଣଙ୍କ ଲେଖାରେ ସମୃଦ୍ଧ ହୋଇଛି I ଏଥିରେ ଶ୍ରୀଯୁକ୍ତ ନାୟକଙ୍କ ସୋଭିଏତ୍ ଋଷ ଗସ୍ତ, କମ୍ୟୁନିଷ୍ଟ ଆନ୍ଦୋଳନ, ସାହିତ୍ୟ ଓ ସଭା ସମିତିର ଫଟୋଚିତ୍ର ସାଂଗକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରଦତ୍ତ ମାନପତ୍ର ଓ ଓଡିଶାର ବିଶିଷ୍ଟ ବ୍ୟକ୍ତିଙ୍କ ଚିଠିପତ୍ରର ଫୋଟ ସନ୍ନିବେଶିତ ହୋଇ ଏହା ଏକ ଐତିହାସିକ ଦଲିଲ ହୋଇଯାଇଅଛି I ବକ୍ତାମାନେ ଶ୍ରୀଯୁକ୍ତ ନାୟକଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ I କବି ଲିଂଗରାଜ ଜେନା ଶ୍ରୀଯୁକ୍ତ ନାୟକଙ୍କୁ ଏକ ତୈଳଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବାବେଳେ, ଡ. ଉଷାରାଣୀ ପାଢୀ ଓ ନଗେନ୍ଦ୍ର ନାୟକ ଶ୍ରୀଯୁକ୍ତ ନାୟକଙ୍କୁ ଆଧ୍ୟIତ୍ମିକ ପୁସ୍ତକମାନ ଉପହାର ଦେଇଥିଲେ I ଅନ୍ୟପକ୍ଷରେ ଶ୍ରୀଯୁକ୍ତ ନାୟକ ଡ.କମ୍ବୁପାଣି ସାମନ୍ତଙ୍କ ସହଧର୍ମିଣୀ ଶୈଳବାଳI ସାମନ୍ତ ଓ ପ୍ରଶାନ୍ତ ମହାନ୍ତିଙ୍କ ଶ୍ରୀମତୀ ଅମୀୟାବାଳI ମହାନ୍ତିଙ୍କୁ ସେମାନଙ୍କ ପ୍ରେରଣାଦାୟିନୀ ଭୂମିକା ପାଇଁ ପାଟବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I ବାଲିପଦର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରକାଶ ଚନ୍ଦ୍ର ପାତ୍ର ନିଜ ଛାତ୍ର ଜୀବନରୁ କିପରି ଶ୍ରୀଯୁକ୍ତ ନାୟକଙ୍କ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ତାହା ପ୍ରକାଶ କରିଥିଲେ I ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ, ପଣ୍ଡିତ ରାମକୃଷ୍ଣ ପତି (ଚାରଣ), ଭଂଜ ଗବେଷକ କାମରାଜୁ ସାହାଣୀ, କବି ଅଶୋକ ସାହୁ, କବି ସୁରେଶ ଚନ୍ଦ୍ର ସ୍ବାଇଁ, ସଂସ୍କୃତିରତ୍ନ ନାରାୟଣ ମହାରଣା, କୁଲାଡ ବାର୍ଡ଼ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ବିଶିଷ୍ଟ ସମାଜସେବୀ ବଂଶୀଧର ନାୟକ, ସୁସାହିତ୍ୟିକ ଗୋପାଳ ଚନ୍ଦ୍ର ଲେଙ୍କI, ସମାଜସେବୀ ଖଲି ପରିଡା, ଖଦାଳ ନାୟକ, ନିରଂଜନ ପ୍ରଧାନ, ହରିକୃଷ୍ଣ ସାହୁ, ରବି ନାରାୟଣ ସାମନ୍ତ, ଲଡୁକିଶୋର ପ୍ରଧାନ, ସୁରେନ୍ଦ୍ର ବେହେରା, ପୀତାମ୍ବର ପରିଡା, କମ୍ରେଡ୍ ରଣଜିତ୍ ମିଶ୍ର, ସାମ୍ବାଦିକ ଶିବ ଜେନା, ବବି ରଥ, ବରିଷ୍ଠ ଆଇନଜୀବୀ ଗୋପାଳକୃଷ୍ଣ ପ୍ରଧାନ, ଦଣ୍ଡପାଣି ସ୍ବାଇଁ, ସନ୍ତୋଷ କୁମାର ନାୟକ, ଗୋପାଳକୃଷ୍ଣ ବିଶୋୟୀ, ଡ.ସୁଶାନ୍ତ କୁମାର ତ୍ରିପାଠୀ, ଜୋତିରାଜ ପତି, ବଟକୃଷ୍ଣ ପଣ୍ଡା, ଓକିଲ ସଂଘ ସମ୍ପାଦକ ହରେକୃଷ୍ଣ ମହାପାତ୍ର ପ୍ରମୁଖ ଶତାଧିକ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ I ଅଧ୍ୟାପକ ଲୋକନାଥ ମହାନ୍ତି, ଅଧ୍ୟାପକ ଅଶୋକ ସ୍ବାଇଁ ଓ ତାଙ୍କର ସହଯୋଗୀମାନେ ଭଂଜସଂଗୀତ ପରିବେଷଣ କରି ଏହି ଉତ୍ସବରେ ଏକ ଭବ୍ୟ ଓ ଦିବ୍ୟ ପରିବେଶ ସୃଷ୍ଟି କରିଥିଲେ I ଡ଼. ସୁରେଶ ଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବେ ସଂଯୋଜନା କରିଥିଲେ | ଶେଷରେ କବି ରବିନ୍ଦ୍ରନାଥ ଆଚାର୍ଯ୍ୟ ଅତିଥି ଓ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଶ୍ରୀଯୁକ୍ତ ନାୟକଙ୍କ ସୁପୁତ୍ର ସମୀର, ସୁଧିର, ଅସୀମ ଓ ବୋହୁ ଶୁଭଶ୍ରୀ, କାଜଲ, ପ୍ରିୟଂକI ନାୟକ, ନାତିନାତୁଣୀ ଉପସ୍ଥିତ ରହି ଏ ସଭା ତଥା ପ୍ରସାଦସେବନ କାର୍ଯ୍ୟକୁ ସୁପରିଚାଳନା କରୁଥିବା ଲକ୍ଷ୍ଯ କରାଯାଇଥିଲା I
ସଭାଗୃହ ବାହାରେ ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଏହି ସଭାରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନଂକ ଘୁମୁସର ଜିଲ୍ଲା ଘୋଷଣI ଦାବୀ ଉପରେ ମତାମତ ସଂଗ୍ରହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ