Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଆବାହାଲର ଶାରଦୀୟ ଉତ୍ସବ:ଦେବୀ ଓ ପୂଜ୍ୟ ପୂଜାକୁ ଗୁରୁତ୍ୱ,ରାମଲୀଳା ଓ ରାବଣପୋଡି ଥିଲା ମୂଖ୍ୟ ଆକର୍ଷଣ।

ସମ୍ବଲପୁର: ପଡିଆବାହାଲ ଠାରେ ଆୟୋଜିତ ଶାରଦୀୟ ଉତ୍ସବ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରି ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଓ ଦର୍ଶକଙ୍କୁ ଆକୃଷ୍ଟ କରି ସମଗ୍ର ଜିଲ୍ଲାରେ ଅନନ୍ୟ ଉଦାହରଣ ସାଜିଛି। ଦେବୀଙ୍କ ପୂଜାର୍ଚନା ଓ ଅର୍ଦ୍ଧ ଶତାବ୍ଦୀ ଧରି ପୂଜା ସହିତ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପୂଜ୍ୟପୂଜା କରି ପଡିଆବାହାଲ ନୂଆଁ ପରମ୍ପରା ସୃଷ୍ଟି କରିଥିବା ବେଳେ ଦୀର୍ଘ୍ୟ ୨୬ ବର୍ଷ ଧରି ଚାଲି ଆସୁଥିବା ରାମଲୀଳା ଓ ଆରମ୍ଭରୁ ପ୍ରଚଳିତ ରାବଣପୋଡି ସହ ଆତସବାଜି ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହା ସହିତ ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ,ସଂଗୀତ ମୂର୍ଛନା ଦେବଦାସୀ ନୃତ୍ୟ,ସଂକିର୍ତ୍ତନ,ପାଳା ପ୍ରଭୃତି ସାଂସ୍କୁତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହି ପାରିଥିଲା। ସୁବର୍ଣ୍ଣ ଜୟନ୍ତୀକୁ ନେଇ ପୂଜା କମିଟି,ଅତିଥି ଓ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ପ୍ରସ୍ତୁତ ଟି ସାର୍ଟ ଏକ ସ୍ୱତନ୍ତ୍ର ପରିଧାନ ସାଜିଥିବା ବେଳେ ୫୦ ବର୍ଷର ଇତିହାସକୁ ନେଇ ପ୍ରକାଶିତ ସୁବର୍ଣ୍ଣ ଜୟନ୍ତୀ ସ୍ମରଣୀକା ଲୋକାର୍ପିତ ହୋଇଥିଲା। ଯେଉଁ ସ୍ମରଣୀକାରେ ମହାମହିମ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏ ବାର୍ତ୍ତା ରହିଛି। ଶାରଦୀୟ ପୂଜାରେ ପଣ୍ଡିତ ମହେଶ୍ୱର ନାୟକ ଅନ୍ୟ ୫ଜଣ ପଣ୍ଡିତଙ୍କ ସହିତ ପୌରହିତ୍ୟ ଦାୟିତ୍ୱ ନିର୍ବା କରିଥିବା ବେଳେ ସୁଧିର କୁମାର ନାୟକ ଓ ସୁନିତା ନାୟକ ମୁଖ୍ୟ କର୍ତ୍ତା ଥିବାବେଳେ ପାର୍ଶ୍ୱ କର୍ତ୍ତା ଭାବେ ଅଭିଷେକ ବଡପଣ୍ଡା,ଅମୂଲ୍ୟ ପୂଝାରୀ,ଅକ୍ଷୟ କୁମାର ନାୟକ,ଅଭିଷେକ ପଣ୍ଡା ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ସଂପାଦନ କରିଥିଲେ।୫ ଦିନ ଧରି ବିଭିନ୍ନ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପୁର୍ବତନ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ,ରେଢାଖୋଲ ବିଧାୟକ ଇଂ ରୋହିତ ପୂଝାରୀ,ରେଙ୍ଗାଲି ବିଧାୟକ ନାଉରୀ ନାଏକ,ସୀମାଞ୍ଚଳ ଖଟାଇ, ଦେବେନ୍ଦ୍ର ମହାପାତ୍ର,ଗୋବିନ୍ଦ ଅଗ୍ରୱାଲ, ବୁଲୁ ବିଶ୍ୱାଳ,ଜିଲ୍ଲାପରିଷଦ ସଦସ୍ୟ କବିତା ସାହୁ,ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର,ସମିତି ସଭ୍ୟ ପ୍ରଫୁଲ୍ଲ ମଗର ପ୍ରମୂଖ ଅତିଥି ହିସାବରେ ଯୋଗଦାନ କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ସଭା ଗୁଡିକରେ କମିଟି ସଭାପତି ସୁବୋଧ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ମିତ୍ରଭାନୁ ପ୍ରଧାନ, ସଂପାଦକ ଅଶୋକ ରାୟ,ଉପ ସଭାପତି ହରିହର ନାୟକ ଓ ଆଶୁତୋଷ ପଣ୍ଡା, ଉପଦେଷ୍ଟା ବିଜୟ କୁମାର ନାୟକ,ରବିନ୍ଦ୍ର ପ୍ରସାଦ ବଡପଣ୍ଡା,ସୁରୁବାବୁ ନାୟକ, ଅଶ୍ୱିନୀ କୁମାର ମିଶ୍ର,ରବି ନାରାୟଣ ବେହେରା ପ୍ରମୂଖ ମଞ୍ଚାସୀନ ଥିବା ବେଳେ ଅଭ୍ୟର୍ଥନା ସଂଯୋଜକ ଡା.ରାଜାରାମ ଷଡଙ୍ଗୀ ଏହାର ସଂଚାଳନ ଦାୟିତ୍ୱ ନିର୍ବାହ କରିଥିଲେ। ଅନ୍ୟମାନଙ୍କ ପକ୍ଷରେ ତାପସ ରଞ୍ଜନ ମହାପାତ୍ର,ପ୍ରବୀଣ କୁମାର ସୂପକାର,ଶରତ ସାହୁ,ଦିଲ୍ଲିପ ସାହୁ,ପ୍ରମୋଦ ମଗର,ଶକ୍ତି ପ୍ରଶନ୍ନ ବଡପଣ୍ଡା,ପ୍ରମୋଦ କୁମାର ମିଶ୍ର, ଆନନ୍ଦ କୁମାର ପଣ୍ଡା, ଅଶୋକ କୁମାର ପୁରୋହିତ,ଝସକେତନ ନାୟକ,ପ୍ରଦୀପ ମେହେର ପ୍ରମୂଖ ବିଭିନ୍ନ ଦାୟିତ୍ୱ ପରିଚାଳନା କରିଥିଲେ।ସହସ୍ରାଧିକ ଭକ୍ତ ଓ ଦର୍ଶକଙ୍କ ଭିଡ ସତ୍ତ୍ୱେ ସଦର ପୁଲିସ ଓ କମିଟି ସଦସ୍ୟଙ୍କ ମିଳିତ ଉଦ୍ୟମରେ ଏହା ଶାନ୍ତି ଓ ଶୃଙ୍ଖଳାର ସହିତ ପାଳିତ ହୋଇଥିବାରୁ ପୂଜା କମିଟି ସମସ୍ତଙ୍କୁ କୃତଜ୍ଞତା ସହିତ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ