Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠାତା,ତ୍ୟାଗୀ ବିପ୍ରଚରଣ ପାତ୍ରଙ୍କ ୭୫ତମ ଜନ୍ମୋତ୍ସବ:ସତସଙ୍ଗରେ ଅଭିନନ୍ଦନିକା ଉନ୍ମୋଚିତ

ବ୍ରହ୍ମପୁର:ଚିଦାନନ୍ଦ ସରସ୍ଵତୀ ମହାରାଜଙ୍କ ଅସାଧାରଣ ଶିଷ୍ୟ, ବରିଷ୍ଠ ସମାଜସେବୀ, ତ୍ୟାଗୀ, ଆଧ୍ୟାତ୍ମିକବାଦୀ ଓ ଅନନ୍ୟ ଗୁରୁଭକ୍ତ ବିପ୍ରଚରଣ ପାତ୍ରଙ୍କ 75ତମ ଜନ୍ମୋତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟଧାମ ପରିସରରେ ପାଳିତ ହୋଇଯାଇଛି । ଏହି ଅଦ୍ଭୁତପୂର୍ବ ସତସଙ୍ଗ ସମାବେଶରେ ଗୃହି ଠାରୁ ଆରମ୍ଭ କରି ସନ୍ଥ ସନ୍ୟାସୀମାନେ ଯୋଗ ଦେଇଥିଲେ। ଦିବ୍ୟ ଜୀବନ ସଂଘ ସହିତ ସମ୍ପୃକ୍ତ ଥିବା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବିପ୍ରଚରଣ ପାତ୍ରଙ୍କ ତ୍ୟାଗ, ନିଷ୍ଠା ଜୀବନ ଏବଂ ଦିବ୍ୟ ଜୀବନ ସଂଘ ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରି ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଚିଦାନନ୍ଦ ଦିବ୍ୟଧାମ ପ୍ରତିଷ୍ଠା କରି ଓଡ଼ିଶାର କୋଣ ଅନୁକୋଣରେ ସ୍ଵାମୀଜୀଙ୍କ ବାଣୀ ପ୍ରଚାର କରିବା ସହିତ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ସେ ହିଁ ଦିବ୍ୟ ଜୀବନର ପ୍ରକୃତ ବାର୍ତ୍ତାବହ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶ୍ରୀ ପାତ୍ରଙ୍କ ଜୀବନ ଉତ୍‌‍ଥାନ ପତନରେ ଗତି କରିଥିଲେ ମଧ୍ୟ ସେ ନିଜ ଲକ୍ଷ୍ୟ ଓ ଆଦର୍ଶରୁ ବିଚୁ୍ୟତ ନ ହୋଇ ନିଜର ଅଙ୍ଗିକାରବଦ୍ଧତା ଫଳରେ ସମାଜରେ ଦେଖା ଦେଇଥିବା ଅପସଂସ୍କୃତିକୁ କିପରି ପରାହତ କରାଯାଇପାରିବ ସେ ଉଦ୍ୟମ ଜାରି ରଖିଛନ୍ତି । ଫୁଲବାଣୀ, ଗଞ୍ଜାମ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଖୋଲି ବହୁ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।
ପ୍ରବାଚକ ଶ୍ରୀଧର ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପାତ୍ରଙ୍କ 75 ବର୍ଷ ଅବସରରେ ପ୍ରକାଶ ପାଇଥିବା ଅଭିନନ୍ଦନିକା ମୁଖ୍ୟଅତିଥି ସ୍ଵାମୀ ଶିବ ଚିଦାନନ୍ଦ ସରସ୍ଵତୀ ଉନ୍ମୋଚନ କରିବା ସହ ଆର୍ଶୀବଚନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଵାମୀ ଗଭୀରାନନ୍ଦ, ସ୍ଵାମୀ ଗୋବିନ୍ଦାନନ୍ଦ, ସ୍ଵାମୀ ବ୍ରହ୍ମାନନ୍ଦ, ସ୍ଵାମୀ ଗୁରୁଶରଣାନନ୍ଦ, ସ୍ଵାମୀ ରାମଦାସା ନନ୍ଦ, ମୁନି ପ୍ରଶାନ୍ତ, ବରିଷ୍ଠ ଗବେଷକ କୃଷ୍ଣଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ, ଗଣେଶ ଚନ୍ଦ୍ର ପଣ୍ଡା, ବାବା ରାଧାକାନ୍ତ ଦାଶ, ପ୍ରବାଚକ ଜଗନ୍ନାଥ ପଣ୍ଡା, ରବିନ୍ଦ୍ର ନାଥ ମିଶ୍ର, ହରପ୍ରିୟା ମିଶ୍ର, ପ୍ରସନ୍ନ ପଣ୍ଡା, ଅଧ୍ୟାପିକା ଇନ୍ଦିରା ଅଧିକାରୀ, ମମତା ପଟ୍ଟନାୟକ, ରାଜେଶ ପାତ୍ର, ପ୍ରଫୁଲ୍ଲ ରଥ, ଗୋପିନାଥ ମହାରଣା, ପ୍ରକାଶ ଚନ୍ଦ୍ର ରଥ, ଶାନ୍ତି ଭୂଷଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ପାତ୍ରଙ୍କ ଜୀବନୀ ସୃଜନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ