Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଦି ଉତ୍ପାଦନର ପ୍ରସାର ନେଇ ଆଇଆଇଏମ୍ ପରିସରରେ ତାନା-ବାନା ହସ୍ତତନ୍ତ ପ୍ରଦର୍ଶନୀ

ସମ୍ବଲପୁର:ଖଦି ଉତ୍ପାଦନର ପ୍ରଚାର ଓ ପ୍ରସାର କରି ଲୋକାଲ ଫର ଭୋକାଲ ଚିନ୍ତାଧାରାକୁ ସୁଦୃଢ କରିବା ନେଇ ଆଇଆଇଏମ୍ ପରିସରରେ ୫ ଦିନିଆ ‘ତାନା-ବାନା ଜିଲ୍ଲା ହସ୍ତତନ୍ତ ପ୍ରଦର୍ଶନୀ ୨୦୨୩ ଆୟୋଜିତ ହୋଇଯାଇଛି।
ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଓ ବୁଣାକାର ସେବା କେନ୍ଦ୍ର,ଭୁବନେଶ୍ବର ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି। ୩ୟ ଦିନରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ବିକାଶ ଫାଉଣ୍ଡେସନ୍ ଅଧୟକ୍ଷା ମୃଦୁଳା ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ ସଭାରେ ଆଇଆଇଏମ୍ ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୈସୱାଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ବିକାଶ କୁମାର ଯୋଗଦେଇ ବୁଣାକାର ମାନେ କିଭଳି ହସ୍ତତନ୍ତ ସ୍କିମରୁ ଲାଭ ଉଠାଇପାରିବେ କଗିଥିଲେ। ଏହି ପ୍ରଦର୍ଶନୀରେ ୨୫ରୁ ଉର୍ଦ୍ଧ୍ବ ଷ୍ଟଲରେ ବିବିଧ ପ୍ରକାରର ହସ୍ତତନ୍ତ ଉତ୍ପାଦନ ସାମଗ୍ରୀ ପ୍ରଦର୍ଶନରେ ସ୍ଥାନ ପାଇଛି। ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ସାଂସଦଙ୍କ ଯୁଯୋମୁରା ପ୍ରତିନିଧି ସସ୍ମିତା ଦେହୂରୀ, ବିଜେପି ନେତ୍ରୀ ସଂଯୁକ୍ତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।