ସମ୍ବଲପୁର (ନାକଟିଦେଉଲ): ଏକଦା ମାଓଗଡରେ ପରିଚିତ ନାକଟିଦେଉଲ ବ୍ଲକ୍ ସରାପାଲି ପଞ୍ଚାୟତର ଭିକପାଲି ଠାରେ ପ୍ରଥମ ଥର ପାଇଁ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି।ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହା ୪ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଆସନ୍ତା ସୋମବାର ଦିନ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି । ଦ୍ୱତୀୟ ଦିବସରେ ଏକ ସଭାର ଆୟୋଜନ ହୋଇ ଏଥିରେ ବିଜେପିର ବରିଷ୍ଟ ନେତା ଦେବେନ୍ଦ୍ର ମହାପାତ୍ର ମୁଖ୍ୟଅତିଥି,ସାଂସଦ ପ୍ରତିନିଧି ସସ୍ମିତା ଦେହୂରୀ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରମୋଦ ସାହୁ,ବିଜୟା ନନ୍ଦ ପ୍ରଧାନ, ପରିକ୍ଷିତ ନାଏକ ଓ ଡା.ରାଜାରାମ ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଈଶ୍ୱର ଷଣ୍ଢ ଏଥିରେ ଅଧ୍ୟକ୍ଷତା କରିଥିଲେ । ନେତ୍ରାନନ୍ଦ ରାଉଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନାରାୟଣ ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପିଠଉଗୁଡାର ସୁକେଶି ମାଝି ପ୍ରବଚନ ପ୍ରଦାନ କରିଥିଲେ ଓ କୁନି କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ ।
ହିକପାଲିରେ ଲକ୍ଷ୍ମୀପୂଜା
