ସମ୍ବଲପୁର(ନାକଟିଦେଉଲ):ନାକଟିଦେଉଲ ବ୍ଲକ୍ ସରାପାଲି ପଞ୍ଚାୟତର ଗୋଧିଢିପ,ମାରୁଆଡି ମୁଣ୍ଡା,ନାଟୁଆବୁରୀ ଗ୍ରାମବାସୀଙ୍କ ସହଯୋଗରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି।୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହା ୪ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଆସନ୍ତା ସୋମବାର ଦିନ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି । ଦ୍ୱତୀୟ ଦିବସରେ ଏକ ସଭାର ଆୟୋଜନ ହୋଇ ଏଥିରେ ବିଜେପିର ବରିଷ୍ଟ ନେତା ଦେବେନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଓ ବିଜେପି ଓବିସି ରାଜ୍ୟ ସଂପାଦିକା ସସ୍ମିତା ଦେହୂରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ହଳଧର ସାହୁ ଅଧ୍ୟକ୍ଷତା କରିଥିଲେ ।ଏହି ଅବସରରେ କୁନି କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରାପାଲି ମହାଲକ୍ଷ୍ମୀ ମଣ୍ଡପ ଠାରେ ଆୟୋଜିତ ଏହି ପୂଜାତ୍ସୋବରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଦର୍ଶକ ଉପସ୍ଥିତ ରହିଥିଲେ।
ସରାପାଲିରେ ମହାଲକ୍ଷ୍ମୀ ପୂଜାତ୍ସୋବ
