Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଲମ କୃପାମୟୀ ଯୁବକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜାତ୍ସୋବ

ସମ୍ବଲପୁର(ନାକଟିଦେଉଲ):ନାକଟିଦେଉଲ ବ୍ଲକ୍ ବଲମ ପଞ୍ଚାୟତର ବଲମ ଠାରେ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି।୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହା ୪ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଆସନ୍ତା ସୋମବାର ଦିନ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଦିବସରେ ଆୟୋଜିତ ସଭାରେ ବିଜେପିର ବରିଷ୍ଟ ନେତା ଦେବେନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଓ ବିଜେପି ଓବିସି ରାଜ୍ୟ ସଂପାଦିକା ସସ୍ମିତା ଦେହୂରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ରମେଶ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ନବ କିଶୋର ଭୋଇ,ନିର୍ମଳ ସାହୁ,ନେତ୍ରାନନ୍ଦ ରାଉଳ,ଭାଗିରଥି ଭୋଇ,ପୁରୁଷୋତ୍ତମ ସାହୁ ଓ ଡା.ରାଜାରାମ ଷଡଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ରିପନ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଳୟ ସାହୁ ଧନ୍ୟବାଦ ଅର୍ପଣ କରିଥଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋିଙ୍କୁ ପୁରସ୍କୃତ କରାଯାଇଥିଲା।କୁନି କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଳମ କୃପାମୟୀ ଯୁବକ ସଂଘ ର କର୍ମକର୍ତ୍ତା ଏହାକୁ ପରିଚାଳନା କରିଥିଲେ । ଆୟୋଜିତ ଏହି ପୂଜାତ୍ସୋବରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଦର୍ଶକ ଉପସ୍ଥିତ ରହିଥିଲେ।