Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାମ ଗ୍ରାମରେ ଦଶହରା ବଏଲ ଯାତ୍ରା

ସମ୍ବଲପୁର (ପଡିଆବାହାଲ): ନିକଟସ୍ଥ ବାହାମ ପଞ୍ଚାୟତର ବାହାମ ଠାରେ ଦଶହରା ବଏଲ ଯାତ୍ରା ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।ମାଁ ସମଲେଶ୍ୱରୀ ଦେବୀଙ୍କ ଠାରେ ଗ୍ରାମ୍ୟ ଝାଙ୍କର କୈଳାସ ସାଙ୍କ ଦ୍ୱାରା ପୂଜାର୍ଚନା ପରେ ଘରେ ଘରେ ଆନନ୍ଦ ଉତ୍ସାହ ୍ରକାଶ ପାଇଥିଲା।ଏହି ଅବସରରେ ନାଟକ, ରାଧେଶ୍ୟାମ ପଣ୍ଡା ଓ ବିଜୟ କୁମାର ବଳିୟାରସିଂଙ୍କ ମଧ୍ୟରେ ବାଦ ପାଲା ସହିତ ଭେଡେନର କୃଷ୍ଣଗୁରୁ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଯାପନି ଉତ୍ସବରେ ବିଜେପିର ବରିଷ୍ଟ ନେତା ଦେବେନ୍ଦ୍ର ମହାପାତ୍ର, ବିଜେପି ଓବିସି ରାଜ୍ୟ ସଂପାଦିକା ସସ୍ମିତା ଦେହୂରୀ,ଦେବାନନ୍ଦ ଭୋସାଗର ଓ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ଅତିଥି ଭାବେ ଯୋଗ ଦେଇତିଲେ। ଏଥିରେ ମହେନ୍ଦ୍ର ନାଥ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ସୁଶାନ୍ତ ଧର,ସଞ୍ଜିବ କୁମାର ନାଥ,ସୁବୋଧ ବିଶ୍ୱାଲ,ଅଶୋକ ପରମାଣିକ,ଅମରିଶ ଠେଲା,ଓମ୍ ପ୍ରକାଶ ନାଥ,ତାପସ ପଣ୍ଡା,ଦେବାଶିଷ ନାଥ ପ୍ରମୂଖଙ୍କ ସହିତ ଗ୍ରାମବାସୀ ଏହାକୁ ପରିଚାଳନା କରିବା ସହିତ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ