Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିଲୁଙ୍ଗ ରଣାବନ୍ଧ ରେ ଅଜଣା ଜନ୍ତୁ କୁ ଦେଖି ଲୋକେ ଆତଙ୍କିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ହିଲୁଙ୍ଗ ବନ୍ଧ ରେ ଏକ ଅଜଣା ଜନ୍ତୁ 4/5 ଦିନ ହେଲା ପାଣି ଭିତରେ ବୁଲୁଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି I ତେବେ ଏହାକୁ ପ୍ରଥମେ ଏକ କୁମ୍ଭିର ଭାବି ଲୋକେ ସ୍ନାନ ସୌଚ ପାଇଁ ଉକ୍ତ ପୋଖରୀକୁ ଯିବାକୁ ଭୟ କରୁଥିଲେ I ଖବର ପାଇ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଉଲୁଣ୍ଡା ବନ ବିଭାଗ କର୍ମଚାରୀ ମାନେ ପହଂଚି ଏ ସମ୍ପର୍କରେ ଅନୁଧ୍ୟାନ କରିବା ସହ କେହି ଏଥିପ୍ରତି ଭୟଭିତ ନ ହେବାକୁ ପରାମର୍ଶ ଦେଇଥିଲେ I ଉକ୍ତ ପୋଖରି ରେ ନିକଟରେ ମାଟି କାମ ହୋଇ ବହୁତ ପାଣି ରହିଥିବା ବେଳେ ବୀରମହାରାଜପୁର ସହର ନିକଟତମ ଏବଂ ଏଠାରୁ ଆମର ପାଲି ଦେଇ ରେଢାଖୋଲ କୁ ମୁଖ୍ୟ ରାସ୍ତା ହୋଇ ଥିବାରୁ ଦୈନିକ ଶହଶହ ଗାଡି ମୋଟର ଯିବା ଆସିବା କରୁଛି I ଫଳରେ ବନ୍ଧ ହିଡରେ ଛିଡାହୋଇ ଯିବା ଆସିବା କରୁଥିବା ଲୋକ ବହୁ ସଂଖ୍ୟାରେ ଅଜଣା ଜନ୍ତୁ କୁ ଦେଖୁଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ